ଯାତ୍ରା କଳାକାର ଭିକୁ ସେଠ୍ଙ୍କ ବିୟୋଗରେ ବିଜେପିର ଶୋକ

ଭୁବନେଶ୍ୱର: ଲୋକପ୍ରିୟ ଓ ବରିଷ୍ଠ ଯାତ୍ରା କଳାକାର ମହେନ୍ଦ୍ର ଦାସଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି।
୯୦ ଦଶକରେ ବହୁ ଚର୍ଚ୍ଚିତ ‘ଶାଗୁଣା ବସିଛି ଡେଣା ମେଲାଇ’ରେ ଖଳନାୟକ ‘ଭିକୁ ସେଠ୍’ ଭୂମିକାରେ ନିଖୁଣ ଅଭିନୟ ସହ ସମଗ୍ର ରାଜ୍ୟରେ ପ୍ରସିଦ୍ଧି ଲାଭ କରି ନିଜର ସ୍ୱତବ ପରିଚୟ ସୃଷ୍ଟି କରିଥିବା ସ୍ୱର୍ଗତଃ ଦାସଙ୍କ ବିୟୋଗ ରାଜ୍ୟ ତଥା ଯାତ୍ରଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହି ଦୁଃଖପ୍ରକାଶ କରି ଉଭୟ ସମୀର ମହାନ୍ତି ଏବଂ ପ୍ରଦୀପ୍ତ ନାଏକ ଶୋକସନ୍ତପ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନା କରିଛନ୍ତି।
Comments are closed.