ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ହେଲେ ଡ. ଚେଲ୍ଲାକୁମାର, ଭକ୍ତ ଦାସଙ୍କୁ ମିଜୋରାମ ଓ ମଣିପୁର ଦାୟିତ୍ୱ
ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଦାୟିତ୍ବରେ ପରିବର୍ତ୍ତନ। ଡକ୍ଟର ଚେଲ୍ଲା କୁମାରଙ୍କୁ ଓଡ଼ିଶା କଂଗ୍ରେସର ପ୍ରଭାରୀ ଦାୟିତ୍ବ। ଏନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତାମିଲନାଡ଼ୁର କ୍ରିଷ୍ଣଗିରି ସାଂସଦ ହେଉଛନ୍ତି ଚଲ୍ଲେକୁମାର। ସୂଚନାଥାଉକି, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର ପ୍ରଭାରୀ ଦାୟିତ୍ୱ ନେଇଥିଲେ ଜିତେନ୍ଦ୍ର ସିଂ।
ସେହିଭଳି ଓଡ଼ିଶାର କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ମଧ୍ୟ ମିଜୋରାମ ଏବଂ ମଣିପୁର ପ୍ରଭାରୀ ଦାୟିତ୍ୱ ମିଳିଛି। ଏଥିସହିତ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ତାଲିକାରେ ଭକ୍ତ ଚରଣ ଦାସ ଅଛନ୍ତି। ଆଜି ଘୋଷଣା ହୋଇଥିବା ସିଡ୍ଲୁସି ତାଲିକାରେ ଓଡ଼ିଶାରୁ ଜଣେ ମଧ୍ୟ ନେତା ନାହାନ୍ତି। ଏଆଇସିସି ପୁନର୍ଗଠନରେ ବାଦ ପଡ଼ିଲେ ଓଡ଼ିଶାର କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ।
ଏସବୁ ମଧ୍ୟରେ ନବନିଯୁକ୍ତ କଂଗ୍ରେସ ପ୍ରଭାରି ଚେଲ୍ଲାକୁମାର କିଭଳି ରାଜ୍ୟ ରାଜନୀତିରେ ନିଜ ପ୍ରଭାବ ବିସ୍ତାର କରିବେ ଏବଂ ତାଙ୍କ ନେତୃତ୍ବରେ ସଂଗଠନକୁ ମଜଭୁତ କରିବା ପାଇଁ କଣ ରଣନୀତି ଆପଣାଉଛନ୍ତି ତାହା ସମୟ କହିବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି।
Comments are closed.