୬୪ ବର୍ଷରେ ପୁଣି ବାପା ହେଲେ ତଥାଗତ
ଭୁବନେଶ୍ବର: ପୂର୍ବତନ ସାଂସଦ ତଥା ଦୈନିକ ଖବରକାଗଜ ‘ଧରିତ୍ରୀ’ର ସମ୍ପାଦକ ତଥାଗତ ସତପଥୀ ପୁଣିଥରେ ପିତୃତ୍ବର ଗୌରବ ଲାଭ ଅର୍ଜନ କରିଛନ୍ତି। ୧୨ ସେପ୍ଟେମ୍ବର ଅପରାହ୍ନରେ ସେ ଏକ କନ୍ୟା ସନ୍ତାନର ଜନକ ହୋଇଛନ୍ତି। ଏନେଇ ନିଜେ ଶ୍ରୀ ସତପଥୀ ଟୁଇଟ କରି ସୂଚନା ଦେଇଛନ୍ତି।
ନିଜର ଝିଅର ନାମ ଆଭ୍ୟା ନନ୍ଦିନୀ ସତପଥୀ ରଖିଛନ୍ତି ତଥାଗତ। ୧୯୯୭ ମସିହାରେ ସେ ଆଦ୍ୟାଶାଙ୍କୁ ବିବାହ କରିଥିବା ବେଳେ ସେମାନଙ୍କର ପୂର୍ବରୁ ପୁଅଟିଏ ରହିଛି। ଲୋକସଭାକୁ ୪ ଥର ନିର୍ବାଚିତ ହୋଇଥିବା ଶ୍ରୀ ସତପଥୀଙ୍କର ବୟସ ଏବେ ୬୪ ବର୍ଷ।
Comments are closed.