ସେପ୍ଟମ୍ବର ୨୯ରୁ ବିଧାନସଭା ଅଧିବେଶନ ଆରମ୍ଭ

ଭୁବନେଶ୍ବର: ସେପ୍ଟମ୍ବର ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ। ଏଥର ମୌସୁମୀ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ। ତେବେ ଅକ୍ଟୋବର ୪ ରବିବାର ଛୁଟି ଦିବସ ପଡୁଥିଲେ ମଧ୍ୟ ବିଧାନସଭା ଅଧିବେଶନ ବସିବ। କିନ୍ତୁ ଅକ୍ଟୋବର ୨ରେ ଗାନ୍ଧି ଜୟନ୍ତୀ ଦିନ ଅଧିବେଶନ ବନ୍ଦ ରହିବ। ଆଜି ମୌସୁମୀ ଅଧିବେଶନ ନେଇ ବିଧାନସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ଓ ବିଧାୟିକାଙ୍କ କରେନା ପରୀକ୍ଷା କରାଯିବ। ଯେଉଁମାନଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିବ ସେମାନେ ମୌସୁମୀ ଅଧିବେଶନରେ ଅଂଶଗ୍ରହଣ କରିପାରିବେ। ସେହିପରି ବିଧାନସଭା କର୍ମଚାରୀମାନଙ୍କର ମଧ୍ୟ କରୋନା ପରୀକ୍ଷା କରାଯିବ ବୋଲି ପୂର୍ବରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଥିଲେ।
Comments are closed.