Odisha Link
Bridging the Missing Links in Odisha

ବିଦେଶକୁ ପିଆଜ ରପ୍ତାନି ଉପରେ ରୋକ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ବଜାରରେ ଆକାଶଛୁଆଁ ପରିବା ଦର। ଏହା ଖାଉଟି ମାନଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି । ଆଳୁ ଓ ପିଆଜ ଦରବୃଦ୍ଧି ପାଇବା ସହିତ ଅନ୍ୟ ପରିବା ଦର ପାଖାପାଖି ୬୦ରୁ ଅଧିକ ରହିଛି ।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବାହାରକୁ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗେଇଛନ୍ତି। ଏନେଇ  Directorate General of Foreign Trade (DGFT) ପକ୍ଷରୁ ବିଜ୍ଞାପନ ଜାରି ହୋଇଛି।

ଚଳିତ ବର୍ଷ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା କାରଣରୁ ପିଆଜ ଉତ୍ପାଦନ ରେ ଉପରେ ପ୍ରଭାବିତ କରିଛି। ଆଗକୁ ବଜାରରେ ପିଆଜର ଅଭାବକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନେଇଥିବା କୁହା ଯାଇଛି। ପିଆଜ ସାଧାରଣତଃ କର୍ଣ୍ଣାଟକ , ମହାରାଷ୍ଟ୍ର , ଗୁଜୁରାଟ ଓ ବିହାରରେ ପ୍ରଚୁର ମାତ୍ରାରେ ଉତ୍ପାଦନ ହୋଇଥାଏ।

କିଛି ପରିବା ଦର ଶହେ ଉପରେ ବି ଅଛି। ଏପରିକି ଖରାଦିନି ପରିବା ଭେଣ୍ଡି ଅନେକ ସ୍ଥାନରେ ୫୦ରୁ ଅଧିକ ରହିଥିବାବେଳେ ବାଇଗଣ, ଟମାଟ ଦର କିଲୋପ୍ରତି ୫୦ରୁ ଅଧିକ ଟଙ୍କା ରହିଛି। ପୋଟଳ, କାଙ୍କଡ, ଝୁଡଙ୍ଗ ଓ ବିନ ଭଳି ପରିବା ୭୦ ଉପରେ ଅଛି।

Comments are closed.