ପ୍ରଦୀପ ପୁରୋହିତଙ୍କ ପିତୃ ବିୟୋଗରେ ରାଜ୍ୟ ବିଜେପିର ଶୋକ
ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ପିତା ରାଧେଶ୍ୟାମ ପୁରୋହିତଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଜଗତର ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ ଆତ୍ମାର ସଦଗତି
କାମନା କରିଛନ୍ତି।
୮୮ ବର୍ଷୀୟ ସ୍ୱର୍ଗତଃ ପୁରୋହିତ ଗତ କାଲି ବରଗଡ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ପାଇକମାଲ ସ୍ଥିତ ନିଜ ପୈତୃକ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପ୍ରସିଦ୍ଧ ନୃସିଂହନାଥ ପର୍ଯ୍ୟଟନସ୍ଥଳୀକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ଉଦ୍ଦେଶ୍ୟରେ ପାଇକମାଳଠାରେ ହୋଟେଲ ପ୍ରତିଷ୍ଠାନ କରି ସୁଲଭ ମୂଲ୍ୟରେ ଏବଂ ଚିରାଚରିତ ଖଲି ଓ ଦନାରେ ଖାଦ୍ୟ ଯୋଗାଇ ଆସୁଥିଲେ। ସ୍ୱର୍ଗତଃ ପୁରୋହିତ ତାଙ୍କ ଗୃହିଣୀ ଧର୍ମପତ୍ନୀ ସୁଲୋଚନା ପୁରୋହିତ, ପୁଅ ବିଜୟ ପୁରୋହିତ, ଗିରିଧାରୀ ପୁରୋହିତ, ରାମ ରତନ ପୁରୋହିତ, ପ୍ରଦୀପ ପୁରୋହିତ, ବୋହୁ, ନାତି ଓ ନାତୁଣୀଙ୍କୁ ଛାଡି ଇହଧାମ ତ୍ୟାଗ କରିଛନ୍ତି ।
ମିଷ୍ଟଭାଷୀ, ନମ୍ର, ଧର୍ମପରାୟଣ ଏବଂ ଅମାୟୀକ ବ୍ୟକ୍ତିତ୍ୱ ଭାବେ ସୁପରିଚିତ ସ୍ୱର୍ଗତଃ ପୁରୋହିତଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ଏଭଳି ଦୁଃଖଦ ସମୟରେ ପ୍ରଭୁ ଜଗନ୍ନାଥ ସ୍ୱର୍ଗତଃ ପୁରୋହିତଙ୍କ ପରିବାରବର୍ଗଙ୍କୁ ଅସୀମ ଧର୍ଯ୍ୟ ଓ ସାହାସ ପ୍ରଦାନ କରିବାକୁ ମହାନ୍ତି ଏବଂ ନାଏକ ପ୍ରାର୍ଥନା କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, କୃଷକ ମୋର୍ଚ୍ଚା ପ୍ରଭାରୀ ତଥା ବରିଷ୍ଠ ନେତା ମନମୋହନ ସାମଲ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର ଓ ରବି ନାଏକ, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦମାନେ ଶୋକବ୍ୟକ୍ତ କରିଛନ୍ତି ।
Comments are closed.