ଏହି ଦେଶରେ ପୁଣି ୨୧ ଦିନିଆ ଲକ୍ଡାଉନ ଘୋଷଣା
![](https://www.odishalink.com/wp-content/uploads/2020/09/lock.jpg)
ଇସ୍ରାଏଲ୍: ବିଶ୍ୱର ବିଭିନ୍ନ ଦେଶରେ କରୋନା କାୟା ଭୟଙ୍କର ଭାବେ ବୃଦ୍ଧି ପାଉଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଦେଶରେ ପୁଣି ଥରେ ଲକ୍ଡାଉନ ଘୋଷଣା କରାଯାଉଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଇସ୍ରାଏଲରେ ଏବେ ପୁଣି ୨୧ ଦିନିଆ ଲକ୍ଡାଉନ ଘୋଷଣା ଘୋଷଣା କରାଯାଇଛି।
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ବିଳମ୍ବିତ ରାତ୍ରିରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏଭଳି ଲକ୍ଡାଉନ ପାଇଁ ଦେଶକୁ ବହୁମୂଲ୍ୟ ଦେବାକୁ ପଡ଼ିବ କିନ୍ତୁ ଏହା ବ୍ୟତୀତ ଆଉ ଅନ୍ୟ ଉପାୟ ନାହିଁ। ଯଦି ସମସ୍ତେ ସରକାରଙ୍କ କଟକଣାକୁ ମାନିବେ, ତାହାହେଲେ ଆମେ କରୋନାକୁ ହରାଇପାରିବା।
ଇସ୍ରାଏଲର ଜନସଂଖ୍ୟା ଅନୁସାରେ କରୋନା ମାମଲା ଖୁବ ଅଧିକ ରହିଛି। ଦେଶର ଜନସଂଖ୍ୟା ୮୮ ଲକ୍ଷ ହୋଇଥିଲାବେଳେ ଏଠାରେ ଏପର୍ଯ୍ୟନ୍ତ ୧,୫୬,୫୯୬ ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇସାରିଲେଣି। ସେଥିମଧ୍ୟରୁ ୩୪,୭୦୦ଟି ସକ୍ରିୟ ମାମଲା ରହିଛି। କରୋନା ଯୋଗୁଁ ଏବେ ଯାଏଁ ୧୧୧୯ ଜଣଙ୍କର ପ୍ରାଣ ହାନି ଘଟିଲାଣି।
Comments are closed.