ଡ୍ରଗ୍ସ ଲିଙ୍କ୍ ମାମଲା: ସାରା-ରାକୁଲଙ୍କୁ ଏନ୍ସିବି କରିପାରେ ସମନ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ନେଇ ଏନସିବି ତଦନ୍ତ କରୁଛି। ଡ୍ରଗ୍ସ ଲିଙ୍କ୍ରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇଥିବା ବେଳେ ଅନେକ ସେଲିବ୍ରିଟିଙ୍କ ନାଁ ନେଇଥିବା ଜଣାପଡିଛି। ଏହି ତାଲିକାରେ ଅଭିନେତ୍ରୀ ସାରା ଅଲ୍ଲି ଖାନ୍, ରକୁଲ ପ୍ରୀତ ସିଂହ, ସିମୋନ ଖମ୍ବାଟାଙ୍କ ଭଳି ସେଲିବ୍ରିଟିଙ୍କ ନାଁ ରହିଛି। ଡ୍ରଗ୍ସ ଲିଙ୍କ୍ ତଦନ୍ତ ନେଇ ସାରା, ରକୁଲ ଓ ସିମୋନଙ୍କୁ ଖୁବ୍ ଶୀଘ୍ର ସମନ କରିପାରେ ଏନସିବି। ଏନସିବିର ଜେରା ବେଳେ ସାରା, ରକୁଲ ଓ ଖମ୍ବାଟା ତାଙ୍କଠାରୁ ଡ୍ରଗ୍ସ ନେଉଥିଲେ ବୋଲି ରିୟା କହିଥିବା ସୂଚନା ମିଳିଛି ।
ଏନସିବି ସୁଶାନ୍ତ ସିଂ ରାଜପୁତଙ୍କ ଫାର୍ମ ହାଉସ ଓ ପଓ୍ୱନା ଡ୍ୟାମ୍ରେ ତନାଘନା କରିଛି। ସୁଶାନ୍ତଙ୍କ ଫାର୍ମ ହାଉସରେ ନିଶା କାରବାର ନେଇ ଅନେକ ପ୍ରମାଣ ପାଇଛି ଏନସିବି। ନିଶାରେ ବ୍ୟବହାର ଅନେକ ସରଞ୍ଜାମ ଜବତ କରିବା ସହ ଗେଷ୍ଟ ହାଉସର ସିସିଟିଭି ଓ ଡିଭିଆର୍ ସିଜ୍ କରାଯାଇଛି। ଡ୍ରଗ୍ସ ପାର୍ଟିରେ ସାମିଲ ହେଉଥିବା ସେଲିବ୍ରିଟିଙ୍କୁ ନେଇ ତଥ୍ୟ ସଂଗ୍ରହ କରୁଛି ଏନସିବି।
Comments are closed.