ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ବ୍ରହ୍ମପୁର: ବ୍ରହ୍ମପୁର ଗୋସାଇଁନୁଆଗାଁ ଥାନା ଅନ୍ତର୍ଗତ ପ୍ରେମ ନଗର ମୁଖ୍ୟ ରାସ୍ତାରେ ଆଜି ଏକ ଅଘଟଣ ଘଟିଛି। ଏକ ସାଇକେଲ ବୋଝେଇ ଟ୍ରକ ଉପରୁ ସାଇକେଲ ଓହ୍ଲାଇବା ବେଳେ ବ୍ରହ୍ମପୁର ସାଇକେଲ ମାର୍ଟର ଜଣେ କର୍ମଚାରୀ ରାହୁଲ ପତି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ଗୋପାଳଙ୍କ ଘର ପୁରୁଣା ଵ୍ରହ୍ମପୁର ଅଞ୍ଚଳରେ ହୋଇଥିବା ବେଳେ ସେ ଅନେକ ଦିନରୁ ସାଇକେଲ ମାର୍ଟରେ କାମ କରୁଥିଲେ।
ବିଦ୍ୟୁତ ବିଭାଗର ଖାମ ଖିଆଲ ନୀତି, ବ୍ରହ୍ମପୁର ସାଇକେଲ ମାର୍ଟ ମାଲିକଙ୍କ ବେପାରୁଆ ମନୋଭାବ ଏବଂ ଟ୍ରକ ଚାଳକଙ୍କ ଅବହେଳା ଯୋଗୁଁ ଗୋପାଳଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ତୁରନ୍ତ ତାଙ୍କ ପରିବାରକୁ କ୍ଷତିପୁରଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
Comments are closed.