ବିଧାନସଭା ମୌସୁମୀ ଅଧିବେଶନ ନେଇ ପ୍ରସ୍ତୁତି

ଭୁବେନଶ୍ବର: ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ। ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥର ସଂସଦୀୟ ଢ଼ାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିବ। ଅକ୍ଟୋବର ୭ ପର୍ଯ୍ୟନ୍ତ ମୌସୁମୀ ଅଧିବେଶନ ଚାଲିବ। ଏଥିରେ ୮ଟି କାର୍ଯ୍ୟ ଦିବସ ରହିବ। ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଥିବାରୁ ସେହିଦିନ ଅଧିବେଶନ ବନ୍ଦ ରହିବ। ମୌସୁମୀ ଅଧିବେଶନ ନେଇ ବିଧାନସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଚଳିତ ମୌସୁମୀ ଅଧିବେଶନରେ ସମସ୍ତ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ ହେବ। ଗୃହ ଭିତରେ ସାମାଜିକ ଦୂରତା ନିୟମ ପାଳନ କରାଯିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବୟସ୍କ ବିଧାୟକମାନେ ଏନ୍ଆଇସି, ଓକାକ୍ ଏବଂ ଜିଲ୍ଲାପାଳଙ୍କ ଭିସି ହଲ୍ରେ ରହିବେ। ଦର୍ଶକ ଗ୍ୟାଲେରିରେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦିଆଯିବ। ବିଧାନସଭା ଭିତରକୁ ଗଣମାଧ୍ୟମ ପ୍ରତିନିଧି ଯିବା ନେଇ ୨ ଦିନ ଭିତରେ ନିଷ୍ପତ୍ତି ନିଆଯିବ। ପ୍ରଶ୍ନକାଳ, ଶୂନ୍ୟକାଳ ଏବଂ ମୁଲତବୀ ଉପରେ ନିଷ୍ପତ୍ତି ଖୁବଶୀଘ୍ର ନିଆଯିବ। ଅଧିବେଶନ ପୂର୍ବରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୯ ବିଧାୟକ, ୭ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି।
Comments are closed.