କେନାଲରୁ ୨ ହାତୀ ଛୁଆ ଉଦ୍ଧାର

କେନ୍ଦୁଝର: ରାତିରେ କେନାଲରେ ଫସିଥିବା ୨ ହାତୀଛୁଆ ଉଦ୍ଧାର କରାଯାଇଛି। ଚମ୍ଫୁଆ ରେଞ୍ଜ ଜାମୁଦଲକ ଗାଁ ନିକଟ କାନପୁର ଡ୍ୟାମ କେନାଲରୁ ଉଦ୍ଧାର ହୋଇଛି ହାତୀଛୁଆ। ବୈତରଣୀ ନଦୀ ପୁଟରୁ ୨୨ ଟିକିଆ ହାତୀପଲ ଜାମୁଦଲକ ପଟକୁ ଆସୁଥିଲେ। ପୁନରୁଦ୍ଧାର କାମ ଚାଲୁଥିବାରୁ କେନାଲରେ ୨ଟି ହାତୀଛୁଆ ଫସି ଯାଇଥିଲେ। ହାତୀପଲଙ୍କ ଚିତ୍କାର ପୁଣି ଗ୍ରାମବାସୀ ବନବିଭାଗକୁ ଖରବ ଦେଇଥିଲେ। ବହୁ ଚେଷ୍ଟା କରି ବନ ବିଭାଗ ୨ ହାତୀ ଛୁଆଙ୍କୁ ଉଦ୍ଧାର କରିଛନ୍ତି।
Comments are closed.