Odisha Link
Bridging the Missing Links in Odisha

ରାଜ୍ୟରେ ଆରମ୍ଭ ହେବ ବାଇକ ଆମ୍ବୁଲାନ୍ସ ସେବା

କୋରାପୁଟ: ରାଜ୍ୟର ପ୍ରଥମେ କୋରାପୁଟ ଜିଲ୍ଲାରେ ଆରମ୍ଭ ହେବ ବାଇକ ଆମ୍ବୁଲାନ୍ସ ସେବା। କେନ୍ଦ୍ର ସରକାରଙ୍କ ଠାରୁ ମିଳିଥିବା ଏକ ସ୍ୱତନ୍ତ୍ର ଫଣ୍ଡରୁ ଜିଲ୍ଲାକୁ ଆସିଛି ଏହି ୮ଟି ବାଇକ ଆମ୍ବୁଲାନ୍ସ। ଜିଲ୍ଲାର ଅପହଞ୍ଚ ଇଲାକାରେ ନିୟୋଜିତ ହେବ ଏହି ବାଇକ ଆମ୍ବୁଲାନ୍ସ । ଦୁର୍ଗମ ଅଞ୍ଚଳ କୁହାଯାଉଥିବା ନାରାୟଣପାଟଣା, ବନ୍ଧୁ ଗାଁ, ଲମତାପୁଟ, ଦାସମନ୍ତପୁର ଭଳି ବ୍ଲକରେ ଏହି ବାଇକ ଆମ୍ବୁଲାନ୍ସ କାମ କରିବ ।

ତେବେ ଏହା କେବେଠାରୁ ଆରମ୍ଭ ହେବ ଏବଂ ଏହାର ଦାୟିତ୍ୱ କାହାକୁ ଦିଆଯିବ ନେଇ ବିଧିବଧ ଭାବେ ୨ରୁ ୩ଦିନ ମଧ୍ୟରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧାକାରୀ ।

Comments are closed.