Odisha Link
Bridging the Missing Links in Odisha

ଭୁବନେଶ୍ବରରେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ବର: ଓଡ଼ିଶାରେ ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ। ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବଙ୍କ ନେତୃତ୍ବରେ ପହଞ୍ଚିଲେ ୬ ଜଣିଆ ଟିମ୍। ୨ ଦିନିଆ ଓଡ଼ିଶା ଗସ୍ତରେ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବ ଏହି ଟିମ୍। ବନ୍ୟା କ୍ଷତିଗ୍ରସ୍ତ ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା ଓ ପୁରୀ ଜିଲ୍ଲା ଯିବେ। ବନ୍ୟା ପ୍ରଭାବିତ ୪ ଜିଲ୍ଲାକୁ ୨ଟି ଟିମ୍‌ରେ ଅଲଗା ଅଲଗା ଗସ୍ତ କରିବେ। ଗୋଟିଏ ଟିମ୍‌ ଭଦ୍ରକ, ଯାଜପୁର ଓ ଅନ୍ୟ ଟିମ୍‌ କେନ୍ଦ୍ରାପଡ଼ା- ପୁରୀ ଯିବେ।

ପ୍ରକାଶ ଯେ, ଗତ ଅଗଷ୍ଟ ମାସରେ ଓଡ଼ିଶାରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଅନେକ ଜିଲ୍ଲା ପ୍ରଭାବିତ ହୋଇଥିଲେ। ତେବେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ ଯାଜପୁର, ପୁରୀ, ଭଦ୍ରକ ଓ କେନ୍ଦ୍ରାପଡ଼ା ପ୍ରଭୃତି ଜିଲ୍ଲା। ବନ୍ୟା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ କ୍ଷୟକ୍ଷତିର ନିରୀକ୍ଷଣ କରିଥିଲେ। ତେବେ କ୍ଷୟକ୍ଷତିର ଆକଳନ କରିବାକୁ ଏକ କେନ୍ଦ୍ରୀୟ ଟିମ ପଠାଇବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ।

Comments are closed.