Odisha Link
Bridging the Missing Links in Odisha

ଅରୁଣାଞ୍ଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ଅରୁଣାଞ୍ଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ କରୋନାରେ ସଂକ୍ରମିତ ହୋଇଛନ୍ତି। ଗତକାଲି ପେମା ଖାଣ୍ଡୁ ଟୁଇଟ୍ କରିଛନ୍ତି ଯେ, ମୁଁ ମୋର କୋଭିଡ ଆରଟି-ପିସିଆର ଟେଷ୍ଟ କରାଇଥିବାବେଳେ ଏହାର ରିପୋର୍ଟ ପଜିଟିଭ ଆସିଛି। ମୋର କୌଣସି ଲକ୍ଷଣ ନାହିଁ।

ତେବେ ସୁରକ୍ଷା ଦୃଷ୍ଟିରୁ ମୁଁ ନିଜକୁ ଏକାନ୍ତବାସରେ ରଖିବା ସହିତ ମୋ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଏକାନ୍ତବାସରେ ରହିବାକୁ ଅନୁରୋଧ କରୁଛି।

Comments are closed.