Odisha Link
Bridging the Missing Links in Odisha

ଅଫିସ୍ ଭାଙ୍ଗିବା ନେଇ ୨କୋଟି କ୍ଷତିପୂରଣ ଦାବି କ​ଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ବିଏମସି ଠାରୁ କ୍ଷତିପୂରଣ ଦାବି କରିଛନ୍ତି। ଜବରଦଖଲ ଅଭିଯୋଗରେ ବିଏମସି କର୍ତ୍ତୃପକ୍ଷ କଙ୍ଗନାଙ୍କ ବାନ୍ଦ୍ରାସ୍ଥିତ ପାଲି ହିଲ୍ ମଣିକର୍ଣ୍ଣିକା ଅଫିସ୍‌କୁ ଭାଙ୍ଗି ଦେଇଥିଲେ। ଏନେଇ ପୂର୍ବ ମୁମ୍ବଇ ହାଇକୋର୍ଟରେ ପିଟିସନ ଦାୟର କରିଛନ୍ତି କଙ୍ଗନା। ଅଫିସ୍‌ର ୪୦ ପ୍ରତିଶତ ଅଂଶ ଭଙ୍ଗା ଯାଇଥିବାବେଳେ ଏଥିରେ ଥିବା କେତେକ ମୂଲ୍ୟବାନ ଅସ୍ଥାବର ସମ୍ପତ୍ତି ନଷ୍ଟ ହୋଇଥିଲା। ସମ୍ପତ୍ତି ନଷ୍ଟର କ୍ଷତିପୂରଣ ପାଇଁ ୨କୋଟି ଟଙ୍କା ଦାବି କରିଛନ୍ତି କଙ୍ଗନା।

ସୂଚନାଯୋଗ୍ୟ, ବିଏମସି କର୍ତ୍ତୃପକ୍ଷ ବେଆଇନ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ୨୪ଘଣ୍ଟିଆ ନୋଟିସ ଜାରି କରିବା ପରେ କଙ୍ଗନାଙ୍କ ଅଫିସ୍ ଭାଙ୍ଗିଥିଲେ। ତେବେ ବିଏମସିର ଏହି କାର୍ଯ୍ୟ ଯୋଜନାବଦ୍ଧ ଓ ପୂର୍ବନିର୍ଦ୍ଧାରିତ ବୋଲି କଙ୍ଗନା ତାଙ୍କ ପିଟିସନରେ ଅଭିଯୋଗ କରିଛନ୍ତି। ସେପ୍ଟେମ୍ବର ୯ରେ ବିଏମସି କଙ୍ଗନାଙ୍କ ମଣିକର୍ଣ୍ଣିକା ଅଫିସ୍‌କୁ ଭାଙ୍ଗିଥିବାବେଳେ ୧୦ ତାରିଖରେ କଙ୍ଗନା ହାଇକୋର୍ଟରେ ପିଟିସନ ଦାୟର କରିଥିଲେ। ତେବେ ପିଟିସନରେ ସଂଶୋଧନ ପୂର୍ବକ କଙ୍ଗନା ଏବେ ୨କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।

Comments are closed.