କୁଳଭୂଷଣଙ୍କ ଅଧ୍ୟାଦେଶ ଅବଧି ବୃଦ୍ଧି କଲା ପାକିସ୍ତାନ

ଇସଲାମାବାଦ: ଭାରତୀୟ ବନ୍ଦୀ କୁଳଭୂଷଣ ଯାଦବଙ୍କ ପାଇଁ ପାକିସ୍ତାନ ସରକାର ଆଣିଥିବା ଅଧ୍ୟାଦେଶର ଅବଧିକୁ ଆଉ ୪ମାସ ବୃଦ୍ଧି କରିଛନ୍ତି। କୁଳଭୂଷଣଙ୍କୁ ସାମରିକ ଅଦାଲତ ଦେଇଥିବା ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟରେ ଆବେଦନ କରିବାର ସୁଯୋଗ ଦେବା ପାଇଁ ପାକିସ୍ତାନ ସରକାର ଆଇନରେ ସଂଶୋଧନ ପୂର୍ବକ ଅଧ୍ୟାଦେଶ ଆଣିଥିଲେ। ଅଧ୍ୟାଦେଶର ଅବଧି ସେପ୍ଟେମ୍ବର ୧୭ରେ ଶେଷ ହେବାକୁ ଯାଉଥିବାରୁ ଏହାକୁ ୪ମାସ ବୃଦ୍ଧି କରାଯାଇଛି।
ଆନ୍ତର୍ଜାତିକ ନ୍ୟାୟିକ ଅଦାଲତ (ସମୀକ୍ଷା ଓ ପୁନର୍ବିଚାର) ଅଧ୍ୟାଦେଶ ଅନୁଯାୟୀ କୁଳଭୂଷଣ ତାଙ୍କ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟରେ ଆବେଦନ କରିପାରିବେ। ତେବେ ଅଧ୍ୟାଦେଶ ଆଗତ ପରଠାରୁ କୁଳଭୂଷଣ ଦଣ୍ଡାଦେଶ ବିରୋଧରେ ଆବେଦନ କରି ନାହାନ୍ତି। ଦଣ୍ଡାଦେଶ ବିରୋଧରେ ସମୀକ୍ଷା ଆବେଦନ ପରିବର୍ତ୍ତେ କୁଳଭୂଷଣ ରାଜକ୍ଷମା ଆବେଦନ କରିବାକୁ ଆଗ୍ରହୀ ଥିବା ପାକିସ୍ତାନ ଆଟର୍ଣ୍ଣି ଜେନେରାଲ ଇସଲାମାବାଦ ହାଇକୋର୍ଟକୁ ଜଣାଇଛନ୍ତି। ତେବେ ସମୀକ୍ଷା ଆବେଦନ ନିମନ୍ତେ ଭାରତ ସରକାର କହିଛନ୍ତି ଯେ, କୁଳଭୂଷଣଙ୍କ ପାଇଁ ମାମଲା ଲଢିବା ପାଇଁ ଭାରତୀୟ ଓକିଲ ନିଯୁକ୍ତି ଦିଆଯାଉ।
Comments are closed.