ସେପ୍ଟେମ୍ବର ୩୦ରେ ବାବ୍ରି ମସଜିଦ୍ ଭଙ୍ଗା ମାମଲାର ରାୟ
ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୩୦ରେ ଦୀର୍ଘ ୨୮ ବର୍ଷର ବାବ୍ରି ମସଜିଦ୍ ଭଙ୍ଗା ମାମଲାର ରାୟ ଆସିବ। ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ଶୁଣାଇବେ। ରାୟ ଶୁଣାଣି ଦିନ ମାମଲାର ସମସ୍ତ ଅଭିଯୁକ୍ତ କୋର୍ଟରେ ଉପସ୍ଥିତ ରହିବା ପାଇଁ ବିଚାରପତି ଏସ୍କେ ଯାଦବ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ୱାଣୀ, ମୁରଲୀମନୋହର ଯୋଶୀ, କଲ୍ୟାଣ ସିଂହ ଓ ଉମା ଭାରତୀଙ୍କ ସମେତ ୩୨ଜଣ ଅଭିଯୁକ୍ତ ଅଛନ୍ତି।
ସମସ୍ତ ୩୨ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରି ଏ ମାସ ପ୍ରାରମ୍ଭରେ ଅଦାଲତ ଏହି ମାମଲାର ସବୁ ପ୍ରକ୍ରିୟା ଶେଷ କରିଥିଲେ। ଆଡ଼ୱାଣୀ, ଯୋଶୀ, କଲ୍ୟାଣ ଏବଂ ଉମାଙ୍କ ସମେତ ଏହି ମାମଲାରେ ୩୨ ଅଭିଯୁକ୍ତଙ୍କ ମଧ୍ୟରୁ ୨୫ଜଣଙ୍କର ପ୍ରତିନିଧିତ୍ବ କରୁଥିବା ଓକିଲ କେକେ ମିଶ୍ର ରାୟ ଶୁଣାଇବା ଲାଗି ଅଦାଲତ ସ୍ଥିର କରିଥିବା ତାରିଖ ସଂକ୍ରାନ୍ତରେ ସୁନିଶ୍ଚିତ କରିଛନ୍ତି। ଉଲ୍ଲେଖଯୋଗ୍ୟ ବାବ୍ରି ମସଜିଦ୍ ଡିସେମ୍ବର ୬, ୧୯୯୨ରେ କର ସେବକଙ୍କ ଦ୍ବାରା ଭଙ୍ଗା ଯାଇଥିଲା। ସେ ସମୟରେ ରାମ ଜନ୍ମଭୂମି ଆନ୍ଦୋଳନର ଅଗ୍ରଭାଗରେ ଥିଲେ ଆଡଭାନୀ ଏବଂ ଯୋଶୀ।
Comments are closed.