ସେନାଙ୍କୁ ବିଚଳିତ କରିବା ପାଇଁ ସୀମାରେ ପଞ୍ଜାବୀ ଗୀତ ବଜାଉଛି ଚୀନ

ନୂଆଦିଲ୍ଲୀ : ଭାରତୀୟ ସେନାଙ୍କୁ ବିଚଳିତ କରିବା ନୂଆ ନୂଆ ଅଜବ କାରନାମା କରୁଛି ଚୀନ। ଲଦାଖରେ ଭାରତ-ଚୀନ ସୀମା ବିବାଦ ଜାରି ରହିଥିବା ବେଳେ ଚୀନର ସୈନ୍ୟମାନେ ସୀମାରେ ଲାଉଡସ୍ପିକର ଲଗାଇ ପଞ୍ଜାବୀ ଗୀତ ବଜାଉଛନ୍ତି। ତେବେ ଚୀନ ଏ ଲାଉଡସ୍ପିକର ପୂର୍ବ ଲଦାଖର ପେଙ୍ଗୋଙ୍ଗ ହ୍ରଦର ଫିଙ୍ଗର-୪ ଇଲାକାରେ ଲଗାଇଛି। ଭାରତୀୟ ଯବାନଙ୍କୁ ଧ୍ୟାନ ବିଚ୍ୟୁତ କରିବା ପାଇଁ ଏଭଳି କରୁଥାଇ ପାରେ ଚୀନ। ସେଠାରେ ଭାରତୀୟ ସେନା ପର୍ବତ ଶୃଙ୍ଗରୁ ପିପୁଲ୍ସ ଲିବରସେନ ଆର୍ମିର ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖିଥାଏ।
ଭାରତ-ଚୀନ ମଧ୍ୟରେ ଆର୍ମି ଓ ଡିପ୍ଲୋମେଟିକ୍ସ ମିଟିଂ ଏପ୍ରିଲ-ମେ ମାସରୁ ଚାଲିଛି। ମାତ୍ର ଚୀନ କ୍ରମାଗତ ବୁଝାମଣାକୁ ବେଖାତିର କରି ଅନୁପ୍ରବେଶ କରିବା ପାଇଁ ଚେଷ୍ଟା ଚଳାଇଛି। ଦ୍ବିପକ୍ଷ ବୁଝାମଣାକୁ ଉଲ୍ଲଂଘନ କରୁଛି। ଚୀନ ସୀମାରେ ଅଧିକ ସଂଖ୍ୟକ ସେନା ମୁତୟନ କରି ୧୯୯୩ ଓ ୧୯୯୬ ଚୁକ୍ତିର ଉଲ୍ଲଂଘନ କରୁଛି। ପୂର୍ବ ଲଦାଖରେ ଚୀନ ସହ ଉତ୍ତେଜନା ବଢ଼ିବା ସହ ଯୁଦ୍ଧ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସେନା ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି। ଭାରତୀୟ ସେନା ବୋଫର୍ସ ହୋଭିଜର ତୋପ ମୁତୟନ କରିବା ଲାଗି ପ୍ରସ୍ତୁତି ଚଳାଇଛି। ଏହି ତୋପ ୧୯୯୯ରେ ପାକିସ୍ତାନ ବିରୋଧରେ କାରଗିଲ ଯୁଦ୍ଧ କରିଥିଲା।
Comments are closed.