କୃଷି ଅଧ୍ୟାଦେଶ ବିରୋଧରେ ମନ୍ତ୍ରୀପଦରୁ ଇସ୍ତଫା ଦେଲେ ହରସିମରତ କୌର ବାଦଲ
ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାରଙ୍କୁ ଝଟକା। କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ହରସିମରତ କୌର ବାଦଲ। କୃଷି ସମ୍ବନ୍ଧରେ ଅଧ୍ୟାଦେଶ ଆଣିବାକୁ ପ୍ରସ୍ତୁତ ହେଉଥିବା ମୋଦୀ ସରକାରଙ୍କୁ ବିଜେପିର ସହଯୋଗୀ ଶିରୋମଣି ଅକାଳି ଦଳ ଅଧ୍ୟାଦେଶକୁ ବିରୋଧ କରିଛି। ଗୁରୁବାର ଯେବେ ବିଧେୟକ ଲୋକସଭାରେ ଉପସ୍ଥାପିତ ହେଲା ଶିରୋମଣି ଅକାଳି ଦଳର ସାଂସଦ ସୁଖବୀର ସିଂହ ବାଦଲ ଏହାର ବିରୋଧ କରିଥିଲେ। ସେ କହିଥିଲେ ଯେ, ଏହି ଅଧ୍ୟାଦେଶ ବିରୋଧ ସ୍ଵରୂପ ହରସିମରତ କୌର ବାଦଲ ମନ୍ତ୍ରୀପଦରୁ ଇସ୍ତଫା ଦେବେ।
ଏହାର କିଛି ସମୟ ପରେ ପଞ୍ଜାବର ବାଠିଡା ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ ନିଜ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ମୁଁ କୃଷକ ବିରୋଧୀ ଅଧ୍ୟାଦେଶ ଏବଂ ନିୟମକୁ ବିରୋଧ କରି କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛି। କୃଷକଙ୍କ ସହ ଝିଅ, ଭଉଣୀ ପରି ଠିଆ ହୋଇଥିବାରୁ ଗର୍ବ ଲାଗୁଛି ବୋଲି ସେ କହିଛନ୍ତି।
I have resigned from Union Cabinet in protest against anti-farmer ordinances and legislation. Proud to stand with farmers as their daughter & sister.
— Harsimrat Kaur Badal (@HarsimratBadal_) September 17, 2020
Comments are closed.