ନୋବେଲ୍ ଶାନ୍ତି ପୁରସ୍କାର ୨୦୨୧ ପାଇଁ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନାମ ସୁପାରିଶ୍

ନୂଆଦିଲ୍ଲୀ : ନୋବେଲ୍ ଶାନ୍ତି ପୁରସ୍କାର ୨୦୨୧ ପାଇଁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନାମ ସୁପାରିଶ୍ ହୋଇଛି। ମଙ୍ଗଳବାର ହ୍ବାଇଟ୍ ହାଉସ୍ରେ ୟୁଏଇ ଓ ବାହରିନ ମଧ୍ୟରେ ଲ୍ୟାଣ୍ଡମାର୍କ ସାମାନ୍ୟକରଣ ବୁଝାମଣା ପାଇଁ ନେତାନ୍ୟାହୁଙ୍କୁ ନୋମିନେଟ୍ କରାଯାଇଥିବା ଜଣାପଡ଼ିଛି। ଇଟାଲି ସଂସଦର ଆଣ୍ଟି-ମାଇଗ୍ରାଣ୍ଟ ଲିଗ୍ ପାର୍ଟିର ସଦସ୍ୟ ପାଓଲୋ ଗ୍ରିମ୍ଓଲ୍ଡି ନେତାନ୍ୟାହୁଙ୍କ ନାଁ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ସୁପାରିଶ୍ କରିଛନ୍ତି।
I presented the candidacy of @netanyahu for the #NobelPeacePrize. Why?
1) Pacification with UAE
2) Pacification with Bahrain
3) Dialogue with KSA & opening of Saudi airspace to Israeli aircraft producing debates on mutual recognition.Historic! Thanks to Trump as well! @Israel pic.twitter.com/1EJc4GKoXU— Paolo Grimoldi (@GrimoldiPaolo) September 16, 2020
ଏକ ଟ୍ବିଟ୍ ଜରିଆରେ ଗ୍ରିମ୍ଓଲ୍ଡି ଆଶା ପ୍ରକଟ କରିଛନ୍ତି ଯେ, ନେତାନ୍ୟାହୁଙ୍କ ସମେତ ଟ୍ରମ୍ପ ନୋବେଲ୍ ଶାନ୍ତି ପୁରସ୍କାର ପ୍ରାପ୍ତ କରିବେ । ୨୦୨୧ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ପୂର୍ବ ସପ୍ତାହରେ ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ସୁପାରିଶ୍ କରିଥିଲେ ଜଣେ ନର୍ଓ୍ବେ ସାଂସଦ ।
Comments are closed.