କରୋନା: ରାଜ୍ୟରେ ୪୨୪୧ ନୂଆ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି କରୋନା। ୨୪ ଘଣ୍ଟା ମଧ୍ୟରେ ୪୨୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୭୧୬୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୦୨ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୭୩୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୪ଜଣ, ବାଲେଶ୍ୱରରୁ ୧୪୧, ବରଗଡ଼ରୁ ୧୪୯, ଭଦ୍ରକରୁ ୭୨, ବଲାଙ୍ଗୀରରୁ ୪୪, ବୌଦ୍ଧରୁ ୯୪, କଟକରୁ ୩୮୯, ଦେଓଗଡ଼ରୁ ୬, ଢେଙ୍କାନାଳରୁ ୮୬, ଗଜପତିରୁ ୨୩, ଗଞ୍ଜାମରୁ ୭୫, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୧୫୦, ଝାରସୁଗୁଡ଼ାରୁ ୧୧୧, କଳାହାଣ୍ଡିରୁ ୧୧୪, କନ୍ଧମାଳରୁ ୧୧୬, କେନ୍ଦ୍ରାପଡ଼ାରୁ ୧୦୩, କେନ୍ଦୁଝରରୁ ୭୭, ଖୋର୍ଦ୍ଧାରୁ ୬୪୭, କୋରାପୁଟରୁ ୯୮, ମାଲକାନଗିରିରୁ ୨୮, ମୟୁରଭଞ୍ଜରୁ ୧୪୭, ନବରଙ୍ଗପୁରରୁ ୧୦୭, ନୟାଗଡ଼ରୁ ୯୪, ନୂଆପଡ଼ାରୁ ୯୯, ପୁରୀରୁ ୨୯୧, ରାୟଗଡ଼ାରୁ ୬୬, ସମ୍ବଲପୁରରୁ ୯୧, ସୋନପୁରରୁ ୧୨୯, ସୁନ୍ଦରଗଡ଼ରୁ ୧୫୪, ଷ୍ଟେଟ୍ ପୁଲ୍ରୁ ୩୩୦ଜଣ ରହିଛନ୍ତି ।
ପ୍ରକାଶ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୬୭୧୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୬୫୮୦ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୯୮୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୨୬୧୯୬୦୧ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।
Comments are closed.