ଟ୍ବିନ୍ ସିଟିରେ ସାବାଡ୍ ହେବେ କରୋନା ଅମାନିଆ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଅମାନିଆମାନେ ଏହାକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। ଟ୍ବିନ୍ ସିଟିରେ କରୋନା ନିୟମକୁ ବାରମ୍ବାର ଉଲ୍ଲଂଘନ କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଗିତ ପରେ ଅମାନିଆଙ୍କୁ ସାବାଡ଼ ପାଇଁ ଡିଜିପି ଶ୍ରୀ ଅଭୟ ନିର୍ଦ୍ଦେଶ ଦେଇଛନ୍ତି।
ଏଣିକି ଟ୍ବିନ୍ ସିଟିରେ ସାବାଡ୍ ହେବେ କରୋନା ଅମାନିଆ। ମାର୍କେଟ ଅଞ୍ଚଳରେ ଏନଫୋର୍ସମେଣ୍ଟ ଟିମ ଅମାନିଆଙ୍କୁ ପାନେ ଦେବ। ଏଥିସହ ହଟସ୍ପଟ ଉପରେ କଡ଼ା ନଜର ରଖାଯିବ। ଟ୍ବିନ୍ ସିଟିରେ ଅଧିକ ୫୦ ଅଫିସର ଓ ୫ ପ୍ଲାଟୁନ ଆର୍ମଡ ପୁଲିସ ରହିବେ। କୋଭିଡ ଏନଫୋର୍ସମେଣ୍ଟ ଟିମକୁ ଏମାନେ ଅଧିକ କ୍ରିୟାଶୀଳ କରାଇବେ। ଭୁବନେଶ୍ୱରକୁ ୩ଟି ଜୋନରେ ବିଭକ୍ତ କରାଯିବ। କୋଭିଡ ଏନଫୋର୍ସମେଣ୍ଟ ପାଇଁ ପ୍ରତି ଜୋନରେ ଜଣେ ଡିସିପି ନେତୃତ୍ୱ ନେବେ ବୋଲି ଡିଜିପି କହିଛନ୍ତି।
Comments are closed.