Odisha Link
Bridging the Missing Links in Odisha

ରାଜ୍ୟରେ ପ୍ଲାଜମା ଥେରାପିରେ ୧୦୦୦ରୁ ଅଧିକ ସୁସ୍ଥ

ଭୁବନେଶ୍ୱର: ଦେଶରେ ଦିନକୁ ଦନ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ବିଶ୍ୱ କରୋନା ଟିକା ପଛରେ ପଡ଼ିଥିବା ବେଳେ ରାଜ୍ୟରେ ପ୍ଲାଜମା ଥେରାପି ବଞ୍ଚାଉଛି ଗୁରୁତର ରୋଗୀଙ୍କ ଜୀବନ। ଏବେ ସୁଦ୍ଧା ଏକ ହଜାରରୁ ଅଧିକ ଗୁରୁତର କୋଭିଡ ରୋଗୀଙ୍କୁ ପ୍ଲାଜମା ଥେରାପି ପ୍ରଦାନ କରି କରୋନା ଚିକିତ୍ସା କ୍ଷେତ୍ରେରେ ମାଇଲଖୁଣ୍ଟ କରିଚି ଓଡ଼ିଶା।

ଅନ୍ୟପଟେ କରୋନା ଆକ୍ରାନ୍ତଙ୍କ ପାଇଁ ରାଜ୍ୟର ପ୍ରମୁଖ ସରକାରୀ ହସପିଟାଲ ଏବଂ ପ୍ରାଇଭେଟ କୋଭିଡ ମେଡିକାଲ ମାନଙ୍କରେ ପ୍ଲାଜମା ମହଜୁଦ ରହିଛି। କରୋନାରୁ ସୁସ୍ଥ ଆକ୍ରାନ୍ତ ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦାନ ପାଇଁ ଆଗେଇ ଆସୁଥିବାରୁ ପ୍ଲାଜମା ବ୍ୟାଙ୍କ ଗୁଡିକରେ ପ୍ଲାଜମାର ଅଭାବ ନାହିଁ। ଏଣୁ ପ୍ଲାଜମା ଦାତାଙ୍କୁ ଶୁଭେଚ୍ଛା ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।

Comments are closed.