ଦେଶ ପାଇଁ କଡ଼ା ପଦକ୍ଷେପ ନେବାକୁ ପଛାଇବୁ ନାହିଁ : ରାଜନାଥ ସିଂହ

ନୂଆଦିଲ୍ଲୀ: ସୀମା ବିବାଦ ନେଇ ରାଜନାଥ ସିଂହଙ୍କ ବିବୃତି। ଲଦାଖର ସ୍ଥିତି ନେଇ ରାଜ୍ୟସଭାରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିବୃତି ରଖିଛନ୍ତି। ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ବର୍ତ୍ତମାନ ଯାଏ ସମାଧାନ ହୋଇ ନାହିଁ। ଭାରତୀୟ ସୀମା ରେଖାକୁ ଗ୍ରହଣ କରିବାକୁ ଚୀନ ଏପର୍ଯ୍ୟନ୍ତ ପ୍ରସ୍ତୁତ ନୁହେଁ। ସୀମା ରେଖାରେ ଏ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଧାରିତ ହୋଇ ନଥିବା ଚୀନ କହୁଛି। ଲଦାଖରେ ଚୀନ ଭାରତର ୩୮ ହଜାର କିଲୋମିଟର କବ୍ଜା କରି ରଖିଛି। ୯୦ ହଜାର ବର୍ଗ କିଲୋମିଟର ନିଜର ବୋଲି ଚୀନ କହିଆସୁଛି। ଏଲ୍ଏସିରେ ଶାନ୍ତି ଓ ସ୍ଥିରତା ରକ୍ଷା କରିବା ପାଇଁ ଉଭୟ
ଦେଶ ଚୁକ୍ତି କରିଛନ୍ତି। ଏଲ୍ଏସିରେ ଅସ୍ଥିରତା ଦ୍ବିପାକ୍ଷିକ ସମ୍ପର୍କ ଉପରେ କୁପ୍ରଭାବ ପକାଇବ।
ରାଜନାଥ ସିଂହ ଆହୁରି କହିଛନ୍ତି, ଏପ୍ରିଲ ମାସ ଠାରୁ ସୀମାରେ ଚୀନ ସେନା ଅସ୍ତ୍ରଶସ୍ତ୍ର ବଢ଼ାଇଚାଲିଛି। ଏଲ୍ଏସିରେ ଅସ୍ଥିରତା ସୃଷ୍ଟି ପାଇଁ ଚୀନ ପକ୍ଷରୁ ବାରମ୍ବାର ଚେଷ୍ଟା କରାଯାଉଛି। ଆମ ସେନାର ସମୋୟିତ ପଦକ୍ଷେପ ଯୋଗୁଁ ଚୀନକୁ ଜବାବ ଦିଆଯାଇଛି। ଜୁନ୍ ୧୫ରେ ଚୀନକୁ ଆମ ଯବାନ ଉଚିତ ଜବାବ ଦେଇଛନ୍ତି। ଏଲ୍ଏସିରେ ଅସ୍ଥରତାକୁ ଆମେ କୌଣସି ପ୍ରକାରରେ ବରଦାସ୍ତ କରିବୁ ନାହିଁ। ଚୀନର କଥା ଏବଂ କାମରେ ଯଥେଷ୍ଟ ଫରକ ରହୁଛି। ଅସ୍ଥିରତା ସୃଷ୍ଟି ପାଇଁ ସବୁବେଳେ ଚୀନ ଭାରତକୁ ଉସୁକାଇ ଆସିଛି। ଚୀନର କାର୍ଯ୍ୟକଳାପ ପାଇଁ ଅନେକ ଥର ଏଲ୍ଏସିରେ ମୁହାଁମୁହିଁ ସ୍ଥିତି ହୋଇଛି। ଚୀନ ସୀମାରେ ସେନା ଅସ୍ତ୍ର ଶସ୍ତ୍ର ଠୁଳ କରି ଚାଲିଛି। ଦେଶକୁ ସୁରକ୍ଷା ଦେବାକୁ ଆମେ ମଧ୍ୟ ସୀମାରେ ଅଧିକ ସେନା ମୁତୟନ କରିଛୁ। ସେନାର ଗମନାଗମନ ସୁବିଧା ପାଇଁ ଆମେ ଉତ୍ତମ ରାସ୍ତା ନିର୍ମାଣ କରିଛୁ। ଦେଶର ଅଖଣ୍ଡତା ରକ୍ଷା କରିବାକୁ ଆମେ ପ୍ରତିଜ୍ଞାବଦ୍ଧ। ଦେଶ ପାଇଁ କଡ଼ା ପଦକ୍ଷେପ ନେବାକୁ ପଛାଇବୁ ନାହିଁ।
Comments are closed.