ମୋଦୀଙ୍କ ଜନ୍ମଦିନକୁ ବେରୋଜଗାର ଦିବସ ରୂପେ ପାଳିଲା ଯୁବ କଂଗ୍ରେସ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୦ ତମ ଜନ୍ମଦିନ। ଏହି ଅବସରରେ ତାଙ୍କୁ ଦେଶ ବିଦେଶରୁ ଜଣାଶୁଣା ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି। ଭାଜପା ଏହି କାର୍ଯ୍ୟକ୍ରମକୁ ସପ୍ତାହେବ୍ୟାପୀ ସେବା ସପ୍ତାହ ରୂବେ ପାଳନ କରୁଛି। ହେଲେ କିଛି ଯୁବପିଢ଼ି ମୋଦିଙ୍କ ଜନ୍ମଦିନରେ ଟୁଇଟରରେ #ନ୍ୟାସନାଲଅନଏମ୍ପଲଏମେଣ୍ଟଡେ ଅଭିଯାନ ଆରମ୍ଭ କରିଛନ୍ତି। ଟୁଇଟରରେ ଏବେ #ନ୍ୟାସନାଲଅନଏମ୍ପଲଏମେଣ୍ଟଡେ ଟ୍ରେଣ୍ଡ କରୁଛି।
କଂଗ୍ରେସ ଶାସିତ ରାଜ୍ୟଗୁଡିକରେ ଏହି ହ୍ୟାସଟ୍ୟାଗ୍ ଟ୍ରେଣ୍ଡ କରାଯିବା ସହ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ଓଡ଼ିଶାରେ କଟକ ଏବଂ ଭୁବନେଶ୍ୱର ମଧ୍ୟ ଯୁବ କଂଗ୍ରେସ ପକ୍ଷରୁ ମୋଦିଙ୍କ ଜନ୍ମଦିନକୁ ବେରୋଜଗାର ଦିବସ ରୂପେ ପାଳନ କରାଯାଇଛି। କେତେକ ସ୍ଥାନରେ କଂଗ୍ରେସ କର୍ମୀମାନେ ଚା ଏବଂ ପକୋଡି ପ୍ରସ୍ତୁତି କରି ବିକୁ ଥିବା ଦେଖିବାକୁ ମିଳିଛି। ଦେଶରେ ଜୟପୁର, ରାୟପୁର, ପୁଡୁଚେରୀ, ଚଣ୍ଡିଗଡ, ମୁମ୍ବାଇ ଇତ୍ୟାଦି ସ୍ଥାନରେ ମଧ୍ୟ ପ୍ରତୀକାତ୍ମକ ବିକ୍ଷୋଭ କରାଯାଇଛି।
ଦେଶର ଯୁବପିଢ଼ିଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ #ନ୍ୟାସନାଲଅନଏମ୍ପଲଏମେଣ୍ଟଡେ ଅଭିଯାନରେ ସାମିଲ ହୋଇ ଚାକିରି ସୁଯୋଗ ସୃଷ୍ଟି କରିବା ପାଇଁ ଟୁଇଟ୍ କରିଛନ୍ତି।
यही कारण है कि देश का युवा आज #राष्ट्रीय_बेरोजगारी_दिवस मनाने पर मजबूर है।
रोज़गार सम्मान है।
सरकार कब तक ये सम्मान देने से पीछे हटेगी?Massive unemployment has forced the youth to call today #NationalUnemploymentDay.
Employment is dignity.
For how long will the Govt deny it? pic.twitter.com/FC2mQAW3oJ— Rahul Gandhi (@RahulGandhi) September 17, 2020
Comments are closed.