ୟୁଟୁବ ଲଞ୍ଚ କରିବ ସର୍ଟ ଭିଡିଓ ଆପ୍

ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ ସୋସିଆଲ ମିଡିଆରେ ଆକଟିଭ୍ ରହିବାକୁ ଅଧିକ ଭଲ ପାଇଥାନ୍ତି । ପ୍ରଥମରୁ ଟିକଟକ ଭାରତରେ ଲୋକପ୍ରୟତ ହାସଲ କରି ସାରିଥିଲା । ଏହା ବ୍ୟାନ ହେବା ପରେ ଅନେକ ଲୋକ ମନଦୁଃଖ କରିଥିଲେ । ହେଲେ ସେମାନଙ୍କ ପାଇଁ ୟୁଟୁବ ଏକ ଖୁସି ଖବର ଆଣି ଦେଇଛି । ୟୁଟୁବ ସର୍ଟସ୍ ନାଁରେ ଏକ ସର୍ଟ ଭିଡିଓ ଆପ ଭାରତରେ ଲଞ୍ଚ କରିବାକୁ ଯାଉଛି । ଏଥିରେ ୟୁଜର୍ସମାନେ ଟିକଟକ ଭଳି ଭିଡିଓ କରିପାରିବେ ବୋଲି କୁହା ଯାଉଛି ।
ୟୁଟୁବ ମାଲିକ ବର୍ତ୍ତମାନ ଏହି ଆପକୁ ଡାଟା ମୁଡ୍ ରେ ଭାରତରେ ଲଞ୍ଚ କରିଛନ୍ତିି । ଏହା ବର୍ତ୍ତମାନ ପରୀକ୍ଷାମୂଳକ ପର୍ଯ୍ୟାୟରେ ରହିଛି । ଆଗାମୀ ସମୟରେ ଏହି ଆପରେ ଅନେକ ପରିବର୍ତ୍ତନ ହୋଇପାରେ । ଟିକଟିକ ବ୍ୟାନ ହେବା ପରେ ଅନେକ କମ୍ପାନୀ ନିଜ ସର୍ଟ ଭିଡିଓ ଆପ ଲଞ୍ଚ କରିଥିଲେ । କିନ୍ତୁ ଏଗୁଡ଼ିକ ଲୋକମାନଙ୍କୁ ଆକର୍ଷତ କରିପାରିନଥିଲା । ସେଗୁଡ଼ିକ ହେଲା ଏମଏସ୍ ଟକାଟକ, ଇନଷ୍ଟାଗ୍ରାମ ରିଲ୍, ରୋପୋସୋ, ଚିଙ୍ଗାରି ଭଳି ଅନେକ ଆପ ।
ତେବେ ପ୍ରତ୍ୟେକ ସର୍ଟ 15 ସେକେଣ୍ଡ ଲମ୍ବା କିମ୍ବା କମ୍ ରହିବ।ଏକାଧିକ କ୍ଲିପ୍ ଏକତ୍ର ଷ୍ଟ୍ରିଙ୍ଗ୍ ହୋଇପାରିବା ସହିତ ୟୁଟ୍ୟୁବ୍ ରେ ଲାଇସେନ୍ସ ପ୍ରାପ୍ତ ସଂଗୀତକୁ ବ୍ୟବହାର କରାଯାଇଛି ଯାହା ଆପଣଙ୍କୁ କିଛି ପୃଷ୍ଠଭୂମି ଟ୍ୟୁନ୍ ସହିତ ଚଳଚ୍ଚିତ୍ର କରିବାକୁ ଅନୁମତି ଦେବ । ଉପଭୋକ୍ତାମାନେ ଯେତେବେଳେ ଏକ ସୁଟିଂ ଆରମ୍ଭ କରିବେ ସେତେବେଳେ ଏକ ଟାଇମର୍ ଏବଂ କାଉଣ୍ଟଡାଉନ୍ ଦେଖିବେ, ଏବଂ ସେମାନେ କିଛି ସୃଜନଶୀଳ ବିକଳ୍ପ ଯୋଡିବା ପାଇଁ ରେକର୍ଡିଂ ଗତି ନିୟନ୍ତ୍ରଣ କରିପାରିବେ।
ୟୁଟୁବ ଏଭଳି ଫିଚର ପ୍ରଥମ ଥର ପାଇଁ ଆଣୁନାହିଁ । ପୂର୍ବରୁ ମଧ୍ୟ ଇନଷ୍ଟାଗ୍ରାମ ଷ୍ଟୋରି ପରି ୟୁଟୁବ ଷ୍ଟୋରି ଆରମ୍ଭ ହୋଇଛି । ଯାହାକୁ ପ୍ରତି ମାସରେ ପ୍ରାୟ ଦୁଇ କୋଟି ଲୋକ ବ୍ୟବହାର କରୁଛନ୍ତି । ସେହିପରି ଫେସବୁକ ମଧ୍ୟ ଟିକଟକ ଭଳି ଏକ ଫିଚର ଆଣୁଛି ଯାହା ବର୍ତ୍ତମାନ ବ୍ରାଜିଲରେ ପରୀକ୍ଷା କରାଯାଉଛି ।