୭୦% କରୋନା ଆକ୍ରାନ୍ତ ହୋମ୍ ଆଇସୋଲେସନରେ ରହି ସୁସ୍ଥ ହେଉଛନ୍ତି: ଶାଳିନୀ ପଣ୍ଡିତ

ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ହୋମ ଆଇସୋଲେସନରେ ରହି ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି। ୭୦ ପ୍ରତିଶତ କରୋନା ରୋଗୀ ହୋମ ଆଇସୋଲେସନରେ ରହୁଛନ୍ତି। ଏନେଇ ଆଜି ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି।ବିଧାୟକ, ମନ୍ତ୍ରୀ, ଅଧିକାରୀମାନେ ମଧ୍ୟ ହୋମ ଆଇସୋଲେସନରେ ରହୁଛନ୍ତି। ଏଥିସହ ଓଡ଼ିଶାରେ କୋଭିଡ୍ ମୃତ୍ୟୁ ହାର ଜାତୀୟ ହାର ତୁଳନାରେ କମ୍ ରହିଛି ବୋଲି ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି।
ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ, କରୋନା ସଂକ୍ରମିତ କିଭଳି ନିଜର ଯତ୍ନ ନେବେ। ହୋମ୍ଆଇସୋଲେସନରେ ଥିବା ବେଳେ କିଭଳି ରହିବେ। ଲକ୍ଷଣ ନଥିଲେ କେଉଁ ଔଷଧ ଖାଇବେ, ଅଳ୍ପ ଲକ୍ଷଣ ଥିଲେ କେଉଁ ଔଷଧ ଖାଇବେ। ଯଦି ପରିବାରର କୌଣସି ଛୋଟ ଛୁଆକୁ କରୋନ ହୋଇଥାଏ ଅବା ଘରର କୌଣସି ବୟସ୍କଙ୍କୁ ତେବେ ସେମାନଙ୍କ ଯତ୍ନ କିଭଳି ନେବେ । କରୋନ ସଂକ୍ରମିତ ଯଦି ପୂର୍ବରୁ ମଧୁମେହ, ରକ୍ତଚାପ, ହୃଦରୋଗ ଭଳି ରୋଗରେ ପୀଡ଼ିତ ଥିଲେ କ’ଣ କରିବେ। ଏଭଳି ଅନେକ ପ୍ରଶ୍ନ ଉତ୍ତର ରଖିବେ ସମ୍ପୃକ୍ତ ସ୍ୱାସ୍ଥ୍ୟା ବିଶେଷଜ୍ଞ। ଲୋକଙ୍କ ଦ୍ୱାରା ପଚାରାଯାଇଥିବା ପ୍ରଶ୍ନର ଉତ୍ତର ରଖିବା ପାଇଁ ଅପରାହ୍ନ ସାଢ଼ ୪ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ହେବ ପ୍ରେସମିଟ୍। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ହ୍ୱାଟସ୍ ଆପ୍ ନମ୍ୱର ୯୯୩୭୫୬୪୦୬୬ରେ ଲୋକଙ୍କ ଦ୍ୱାରା ପଚାରାଯାଇଥିବା ପ୍ରଶ୍ନର ଉତ୍ତର ରଖିବେ। ଅପରାହ୍ନ ୩ଟାରୁ ସାଢ଼େ ୩ ମଧ୍ୟରେ ଲୋକେ ପ୍ରଶ୍ନ ପଚାରିପାରିବେ।
ଶ୍ରୀମତୀ ପଣ୍ଡିତ ଆହୁରି କହିଛନ୍ତି ଯେ, କରୋନା ଭାଇରସ ମୁକାବିଲା ପାଇଁ ସମଗ୍ର ବିଶ୍ୱ ଲଢ଼େଇ ଜାରି ରଖିଥିବା ବେଳେ ବିଶ୍ୱବ୍ୟାପୀ କରୋନା ଟିକା ଉପରେ ଗବେଷଣା ଚାଲିଛି। ବର୍ତ୍ତମାନ ସମସ୍ତ କୋଭିଡ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ଆବଶ୍ୟକତା ନାହିଁ। ତେଣୁ ଆମେ ରୋଗୀଙ୍କୁ ହୋମ ଆଇସୋଲେସନରେ ରଖିବାକୁ କହୁଛୁ।