ଦେବୀ ମିଶ୍ରଙ୍କ ଘରେ ସିବିଆଇ

ଭୁବେନଶ୍ବର: ବରିଷ୍ଠ ବିଜେଡ଼ି ନେତା ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍ କରିଛି। ଏନେଇ ଭୁବନେଶ୍ବର ୟୁନିଟ୍-୧ ସ୍ଥିତ ଘରେ ସିବିଆଇ ରେଡ୍ କରିଛି। ସି-ସୋର ଚିଟ୍ଫଣ୍ଡ ଲିଙ୍କ୍ରେ ରେଡ୍ ଚାଲିଥିବା ସୂଚନା ମିଳିଛି।
ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ସି-ସୋର ଚିଟଫଣ୍ଡ ଲିଙ୍କ ନେଇ ସିବିଆଇ ବହୁ ନେତା ଓ ପ୍ରଭାବଶାଳୀ ବ୍ୟକ୍ତିିଙ୍କୁ ଗିରଫ କରିଛି। ହଠାତ ସିବିଆଇ ସକ୍ରିୟ ହୋଇପଡ଼ିଥିବାରୁ ରାଜନୀତିକ ମହଲରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି। ଆଗକୁ ତିର୍ତୋଲ ଓ ବାଲେଶ୍ୱରରେ ଉପନିର୍ବାଚନ ହେବାକୁ ଯାଉଥିବାବେଳେ ଏହା ଏକ ସୁଚିନ୍ତିତ ଚାଲ ହୋଇପାରେ ବୋଲି କେତେକ ମତବ୍ୟକ୍ତ କରିଛନ୍ତି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ସିବିଆଇ ଏନେଇ ଖୋଳତାଡ଼ ଜୋରଦାର କରିଥିଲେବି ପରେ ହଠାତ ନିଷ୍କ୍ରିୟ ହୋଇଯାଇଥିଲା। ଯେଉଁଥିପାଇଁ ଏହା ବିଜେପିର ଷଡ଼ଯନ୍ତ୍ର ବୋଲି ପୂର୍ବରୁ ବିଜେଡ଼ି ଅଭିଯୋଗ କରିଥିବାବେଳେ କଂଗ୍ରେସ ମଧ୍ୟ ତୀବ୍ର ସମାଲୋଚନା କରିବାକୁ ପଛାଇନଥିଲା।
Comments are closed.