ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ
ଭୁବନେଶ୍ବର: ଯୁକ୍ତ ଦୁଇ ପାଇଁ ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ। ନାମଲେଖା ପାଇଁ ଆବେଦନ କରିଥିବା ୩ ଲକ୍ଷ ୮୪ ହଜାର ୨୭୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୪୭ ହଜାର ୬୨୬ ଜଣଙ୍କୁ ଚୟନ କରାଯାଇଛି । କଳାରେ ସାଧାରଣ ବର୍ଗ ପାଇଁ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ୭୨. ୫% କଟ୍ ଅଫ୍ ମାର୍କ ରହିଛି। ସେହିଭଳି ଏସସି ବର୍ଗରେ ଭୁବନେଶ୍ୱର ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ୫୮.୩୩% କଟ୍ ଅଫ୍ ମାର୍କ ରଖିଛି। ଏସଟି ବର୍ଗରେ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ୬୨.୬୭% କଟ୍ ଅଫ୍ ମାର୍କ ରଖିଛି।
ବିଜ୍ଞାନ ସାଧାରଣ ବର୍ଗରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ୮୯ % କଟ୍ ଅଫ୍ ମାର୍କ ରଖିଛି । ଏସଟି ବର୍ଗରେ ବିଜେବି ଭୁବନେଶ୍ୱର ୭୨.୪%, ଏସସି ବର୍ଗରେ ବର୍ଗରେ ରେଭେନ୍ସା ୮୦% କଟ୍ ଅଫ୍ ମାର୍କ ରଖିଛନ୍ତି। ସେହିଭଳି ବାଣିଜ୍ୟ ସାଧାରଣ ବର୍ଗରେ ରେଭେନ୍ସା ୭୫.୮୩% ଏସସି ଓ ଏସଟି ବର୍ଗରେ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ଯଥାକ୍ରମେ ୫୭.୬୭% ଓ ୬୩.୬୭ % କଟ ଅଫ ମାର୍କ ରଖିଛନ୍ତି ।
Comments are closed.