ଯୁକ୍ତ ଦୁଇ ନାମଲେଖା : ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ପାଇଁ ଆଜି ମେଧା ମେରିଟ୍ ଲିଷ୍ଟ ତଥା କଟ୍ ଅଫ୍ ମାର୍କ ପ୍ରକାଶ ପାଇବ। ପୂର୍ବାହ୍ନ ୧୧ଟାରେ ସାମ୍ସ ୱେବସାଇଟ୍ରେ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ କରାଯିବ। ଏହି ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ସେପ୍ଟେମ୍ବର ୨୧ରୁ ୨୬ ମଧ୍ୟରେ ଅନୁଷ୍ଠିତ ହେବ। ଅକ୍ଟୋବର ୩ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ସହ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ୫ରୁ ୭ ତାରିଖ ମଧ୍ୟରେ ହେବ। ୧୫ ତାରିଖରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୬ରେ ସ୍ପଟ୍ ନାମଲେଖା କରାଯିବ। ଅକ୍ଟୋବର ୧୭ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ।
ସେପଟେ ନାମଲେଖା ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଯୁକ୍ତ୨ କଲେଜ ଲାଗି ନିର୍ଦେଶାବଳୀ ଜାରି ହୋଇଛି। କୋଭିଡ୍-୧୯ ଗାଇଡ୍ଲାଇନ୍ ଅନୁଯାୟୀ କଲେଜ କ୍ୟାମ୍ପସରେ ସାନିଟାଇଜର, ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରିବା, ମାସ୍କର ବ୍ୟବହାର ଓ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି। କ୍ୟାମ୍ପସ ପ୍ରବେଶ ପଥରେ ପାଣି, ହ୍ୟାଣ୍ଡୱାସ୍, ସାନିଟାଇଜର ରଖିବା, ନାମଲେଖା ସେଣ୍ଟରରେ ଥିବା ସଦସ୍ୟମାନେ ମାସ୍କ ପିନ୍ଧିବେ, ୬ ଫୁଟ ଦୂରତା ରକ୍ଷା କରିବେ। ନାମଲେଖାଇବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ସହ ଜଣେ ମାତ୍ର ଅଭିଭାବକ ଆସିପାରିବେ।
Comments are closed.