ଏନଆଇସି ଉପରେ ସାଇବର ଆକ୍ରମଣ, ଜାତୀୟ ସୁରକ୍ଷା ଉପରେ ବିପଦ !
ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ଡାଟା ଏଜେନ୍ସି ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର (ଏନଆଇସି) ଉପରେ ସାଇବର ଆକ୍ରମଣ। ସାଇବର ଆକ୍ରମଣ ନେଇ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସାଇବର ଆକ୍ରମଣ ମାଧ୍ୟମରେ ଏନଆଇସିର ଅନେକ କମ୍ପ୍ୟୁଟରକୁ ହ୍ୟାକ୍ କରାଯାଇଛି ଏବଂ ଅନେକ ସମ୍ବେଦନଶୀଳ ତଥ୍ୟକୁ ଚୋରି କରାଯାଇଛି। ଯାହା ଜାତୀୟ ସୁରକ୍ଷା ଉପରେ ବିପଦ ସୃଷ୍ଟି କରିପାରେ।
ଏହି ସାଇବର ଆକ୍ରମଣ ବେଙ୍ଗାଲୁରୁର ଏକ ଫାର୍ମ ତରଫରୁ କରାଯାଇଛି। ଯାହାର ସଂଯୋଗ ଆମେରିକା ସହ ରହିଛି। ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟରରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ତଥ୍ୟ ରହିଛି। ଯାହା ଜାତୀୟ ସୁରକ୍ଷା ଉପରେ ବିପଦ ସୃଷ୍ଟି କରିପାରେ। ଏଥିସହ ଭାରତୀୟ ନାଗରିକ ଓ ବଡ଼ ବଡ଼ ବ୍ୟକ୍ତିଙ୍କ ତଥ୍ୟ ରହିଛି। ଏନଆଇସି କମ୍ପ୍ୟୁଟର କର୍ମଚାରୀମାନଙ୍କୁ ଇ-ମେଲ ଆସିଥିଲା। ଯେଉଁମାନେ ସେହି ମେଲର ଲିଙ୍କ ଉପରେ କ୍ଲିକ୍ କଲେ ସେମାନଙ୍କ କମ୍ପ୍ୟୁଟରରୁ ତଥ୍ୟ ଚୋରି କରାଯାଇଛି।
Comments are closed.