Odisha Link
Bridging the Missing Links in Odisha

ସେବା ସମବାୟ ସମିତିରେ ଭୟାବହ ଅଗ୍ନିକାଣ୍ଡ

ଝାରସୁଗୁଡା: ଜିଲ୍ଲା ଲଇକେରା ସେବା ସମବାୟ ସମିତିରେ ଭୟାବହ ଅଗ୍ନିକାଣ୍ଡ ଲାଗିଛି। ଅଗ୍ନିକାଣ୍ଡରେ ଅଫିସ ସାମଗ୍ରୀ, କମ୍ପ୍ୟୁଟର ଓ କାଗଜ ପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ଖବର ମିଳିଛି। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ଝାରସୁଗୁଡ଼ା ଜିଲ୍ଲା ଲଇକେରା, ସାରଙ୍ଗଲୋଇ, କୁଲେମୁରା ଆଦି ୩ଟି ପଞ୍ଚାୟତର ପ୍ରାୟ ୨୫୦୦ଚାଷୀଙ୍କ ଚାଷୀ ଋଣ କାଗଜପତ୍ର, ଅଫିସର କମ୍ପ୍ୟୁଟର ଟେବୁଲ ଆଦି ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସେପଟେ ପୋଲିସ ମଧ୍ୟ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Comments are closed.