କରୋନା: ରାଜ୍ୟରେ ୪୧୮୦ ନୂଆ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା। ୨୪ ଘଣ୍ଟା ମଧ୍ୟରେ ୪୧୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୧୩୪୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୬୬ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୭୧୪ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୫୫, ବାଲେଶ୍ୱରରୁ ୧୩୩, ବରଗଡ଼ରୁ ୧୦୦, ଭଦ୍ରକରୁ ୮୧, ବଲାଙ୍ଗୀରରୁ ୭୩, ବୌଦ୍ଧରୁ ୫୬, କଟକରୁ ୪୯୨, ଦେଓଗଡ଼ରୁ ୧୦, ଢେଙ୍କାନାଳରୁ ୬୭, ଗଜପତିରୁ ୨୫, ଗଞ୍ଜାମରୁ ୫୮, ଜଗତସିଂହପୁରରୁ ୧୨୩, ଯାଜପୁରରୁ ୧୮୪, ଝାରସୁଗୁଡ଼ାରୁ ୮୩, କଳାହାଣ୍ଡିରୁ ୬୭, କନ୍ଧମାଳରୁ ୭୭, କେନ୍ଦ୍ରାପଡ଼ାରୁ ୭୭, କେନ୍ଦ୍ରାପଡ଼ାରୁ ୧୨୧, କେନ୍ଦୁଝରରୁ ୭୩, ଖୋର୍ଦ୍ଧାରୁ ୬୮୮, କୋରାପୁଟରୁ ୯୯, ମାଲକାନଗିରିରୁ ୫୩, ମୟୁରଭଞ୍ଜରୁ ୧୬୩, ନବରଙ୍ଗପୁରରୁ ୭୩, ନୟାଗଡ଼ରୁ ୫୪, ନୂଆପଡ଼ାରୁ ୫୪, ପୁରୀରୁ ୧୬୬, ରାୟଗଡ଼ାରୁ ୧୬୦, ସମ୍ବଲପୁରରୁ ୧୨୭, ସୋନପୁରରୁ ୬୨, ସୁନ୍ଦରଗଡ଼ରୁ ୧୬୬, ଷ୍ଟେଟ ପୁଲ୍ରୁ ୩୩୭ଜଣ ରହିଛନ୍ତି ।
ପ୍ରକାଶ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୭୧୩୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୭୧୪୦ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୩୩୪୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୨୬୬୭୭୪୭ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।
Comments are closed.