ଭୁବନେଶ୍ୱର ମର୍ଡରର ଆସିଲା ଚାଞ୍ଚଲ୍ୟକର ତଥ୍ୟ : ନାବାଳକର ବାପା ହେଉଛନ୍ତି ପେଶାଦାର ଅପରାଧୀ

ଭୁବନେଶ୍ୱର : ଭୁବନେଶ୍ୱର ମର୍ଡରର ଆସିଲା ଚାଞ୍ଚଲ୍ୟକର ତଥ୍ୟ । ହତ୍ୟାକାଣ୍ଡ ଘଟାଇଥିବା ଦୁଇ ପୁଅର ବାପା ନିହାର ପ୍ରଧାନ ଜଣେ ପେଶାଦାର ହତ୍ୟାକାରୀ । ସେ ମେ ୧୩ ୨୦୧୧ରେ ଅମିତ ପ୍ରଧାନଙ୍କୁ ନମାକ ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରିଥିଲେ । ତାଙ୍କ ସହ ବ୍ରହ୍ମଗିରି ଅଂଚଳରେ ନିହାର ସାହାଯ୍ୟ କରିଥିଲେ ।
ବର୍ତ୍ତମାନ ସେ କୋର୍ଟର ଆଦେଶ ଅନୁସାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଦେଇଥିଲେ । ଏହି ହତ୍ୟାକାଣ୍ଡରେ ନିହାର ପୁରୀ ସର୍କଲ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି । ପୂର୍ବରୁ ମୃତ ମହିଳାଙ୍କ ସ୍ୱାମୀ ରାଉରକେଲାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ବୋଲି କୁହାଯାଇଥିଲା ।
ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ୨ ପୁଅ କୌଣସି କାରଣକୁ ନେଇ ନିଜ ମାଆ ସହ ପ୍ରଥମେ ଝଗଡ଼ା କରିଥିଲେ। କଥା କଟା କଟି ଭିତରେ ଉଭୟ ପୁଅ ଉତ୍ତ୍ୟକ୍ତ ହୋଇ ଏକ ଠେଙ୍ଗାରେ ନିଜ ମାଆକୁ ଆକ୍ରମଣ କରିଥିଲେ।
ହତ୍ୟାକାଣ୍ଡ ପରେ ଘରୁ ବାହାରକୁ ଯାଇ ପଡୋଶୀ ଆଲମଙ୍କୁ ଫୋନ କରି କହିଥିଲେ ଯେ, କେହି ତାଙ୍କ ମାକୁ ଆକ୍ରମଣ କରିଛି । ମା ଗୁରୁତର ହୋଇ ଘରେ ପଡିଛି ।
ପୁଣି ଅନ୍ୟ ଏକ ନମ୍ବରରରୁ ପଡୋଶୀଙ୍କ ପାଖକୁ କେହି ଫୋନ କରି ସମାନ କଥା କହିଥିଲେ । ଆଲମ ଘର ଭିତରକୁ ଯାଇ ଅବାକ ହୋଇଯାଇଥିଲେ । ଚଟାଣରେ ମହିଳାଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥା ପଡିରହିଥିଲା ।
ଏ ନେଇ ଏୟାରଫିଲ୍ଡ ଥାନାକୁ ଖବର ଦିଆଯାଇଥିଲା । ପରେ ଦୁଇ ନାବାଳକଙ୍କୁ ଭୁବନେଶ୍ୱର ରେଳବାଇ ଷ୍ଟେସନ ନିକଟରୁ ଠାବ କରାଯାଇଥିଲା । ପଚରାଉଚରା ପରେ ସେମାନେ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ଘଟଣା ପରେ ଦୁଇ ପୁଅକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି ।
ଏହି ତଥ୍ୟ ପରେ ଘଟଣାପଛରେ ନିଶା ନା ଅନ୍ୟ କିଛି କାରଣ ସେ ନେଇ ବି ସନ୍ଦେହ ସୃଷ୍ଟି ହୋଇଛି । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
Comments are closed.