ବୀରମିତ୍ରପୁର ବିଧାୟକଙ୍କୁ କରୋନା

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଶୁକ୍ରବାର ସାମାନ୍ୟ ଅସୁସ୍ଥ ଅନୁଭବ କରିବା ପରେ ଆଣ୍ଟିଜେନ ଟେଷ୍ଟ କରିବାରୁ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି ବୋଲି ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।
ସେ ଏବେ ସୁସ୍ଥ ଅଛନ୍ତି। ଡାକ୍ତରଙ୍କ ପରାମର୍ଶରେ ଘରୋଇ ସଙ୍ଗରୋଧରେ ରହିଛନ୍ତି। ଗତ କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ କରୋନା ଟେଷ୍ଟ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଜଣେ ପରେ ଜଣେ ବିଧାୟକ, ମନ୍ତ୍ରୀ ଓ ନେତା କରୋନାରେ ଆକ୍ରାନ୍ତ ହେଉଛନ୍ତି।
Comments are closed.