ଆଜି ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ, ପୁରୀ ବେଳାଭୂମିରେ ସଫେଇ କାର୍ଯ୍ୟକ୍ରମ

ପୁରୀ : ଆଜି ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର ମାସ ତୃତୀୟ ଶନିବାର ଦିନ ଅନ୍ତର୍ଜାତିୟ ବେଳାଭୂମି ସଫେଇ ଦିବସ ପାଳନ ହୁଏ । ଏହି ଅବସରରେ ପୁରୀ ବେଳା ଭୂମିରେ ବିଶ୍ୱ ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ‘କିପ୍ ମି କ୍ଲିନ୍’ ବାର୍ତ୍ତା ଦେଇ ସମୁଦ୍ର ବେଳାଭୂମି ସର୍ବଦା ସଫା ରଖିବାକୁ ଆହ୍ୱାନ ଦେଇଛନ୍ତି।
ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସରେ ପୁରୀ ବେଳାଭୂମିରେ ଆୟୋଜନ ହୋଇଛି ବଡ ଧରଣର ସଫେଇ କାର୍ଯ୍ୟକ୍ରମ। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଆୟୋଜନ ହୋଇଥିଲା। ଏକ ସାଙ୍ଗରେ ପୁରୀ ଜିଲ୍ଲାରେ ୫୧ଟି ସ୍ଥାନରେ ହୋଇଛି ସଫେଇ କାମ। ସକାଳ ୫ଟାରୁ ୬ଟା ମଧ୍ୟରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା। ପୁରୀ ପୌରସଂସ୍ଥା ଅଧିନସ୍ଥ ହୋଟେଲ ଷ୍ଟଲିଙ୍ଗ ଠାରୁ ଆରମ୍ଭ କରି ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ୧୦ଟି ସ୍ଥାନ କୋଣାର୍କରେ ୧୦, କୃଷ୍ଣପ୍ରସାଦରେ ୧୧, ବ୍ରହ୍ମଗିରି, ଅସ୍ତରଙ୍ଗ, ଗୋପ, କାକଟପୁରର ପ୍ରତ୍ୟେକ ୫ଟି ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସଫେଇ ପାଇଁ ଜିଲ୍ଲାପାଳ ସଂପୃକ୍ତ ବିଡିଓଙ୍କୁ ଦାୟିତ୍ୱ ଦେଇଥିଲେ। ପ୍ରତ୍ୟେକ ସ୍ଥାନରେ ୧୦ ଜଣ ସ୍ୱେଚ୍ଛାସେବୀ ଏବଂ ଜଣେ ନୋଡାଲ ଅଫିସରକୁ ନିଯୁକ୍ତି ଦିଆଯାଇ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା।
Comments are closed.