Odisha Link
Bridging the Missing Links in Odisha

କରୋନା : ରାଜ୍ୟରେ ୪୩୩୦ ପଜିଟିଭି ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୯୮୮୦ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୫୬ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୭୭୪ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୭୬, ବାଲେଶ୍ୱରରୁ ୧୨୧, ବରଗଡ଼ରୁ ୯୯, ଭଦ୍ରକରୁ ୭୪, ବଲାଙ୍ଗୀରରୁ ୭୯, ବୌଦ୍ଧରୁ ୪୭, କଟକରୁ ୫୪୯, ଦେବଗଡ଼ରୁ ୧୨, ଢେଙ୍କାନାଳରୁ ୬୭, ଗଜପତିରୁ ୧୬, ଗଞ୍ଜାମରୁ ୫୧, ଜଗତସିଂହପୁରରୁ ୧୬୭, ଯାଜପୁରରୁ ୧୫୮, ଝାରସୁଗୁଡ଼ାରୁ ୧୫୩, କଳାହାଣ୍ଡିରୁ ୧୦୦, କନ୍ଧମାଳରୁ ୧୭୮, କେନ୍ଦ୍ରାପଡ଼ାରୁ ୧୦୭, କେନ୍ଦୁଝରରୁ ୧୧୮, ଖୋର୍ଦ୍ଧାରୁ ୬୪୪, କୋରାପୁଟରୁ ୯୪, ମାଲକାନଗିରିରୁ ୬୩, ମୟୁରଭଞ୍ଜରୁ ୧୫୨, ନବରଙ୍ଗପୁରରୁ ୧୩୩, ନୟାଗଡରୁ ୫୩, ନୂଆପଡ଼ାରୁ ୬୨, ପୁରୀରୁ ୨୯୨, ରାୟଗଡ଼ାରୁ ୮୫ଜଣ, ସମ୍ବଲପୁରରୁ ୧୦୭, ସୋନପୁରରୁ ୨୫, ସୁନ୍ଦରଗଡ଼ରୁ ୧୨୩ ଏବଂ ଷ୍ଟେଟ୍‌ ପୋଲ୍‌ ୨୨୫ ରହିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୭୯୮୮୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୭୪୬୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୪୧୬୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୭୬୬୯୭୬ଟି ସାମ୍ପୁଲ ଟେଷ୍ଟ୍ କରାଯାଇଛି।

Comments are closed.