ଗିରଫ ହେଲେ ‘ଏବିସିଡି’ ଡ୍ୟାନସର କିଶୋର ସେଟ୍ଟି
![](https://www.odishalink.com/wp-content/uploads/2020/09/ABCD-Actor-And-Dance-India-Dance-Contestant-Kishore-Shetty-Arrested.jpg)
ମୁମ୍ବାଇ : ଡ୍ରଗ୍ସ ମାମଲାରେ ‘ଏବିସିଡିର ଡ୍ୟାନସର କିଶୋର ସେଟ୍ଟିଙ୍କୁ ଦକ୍ଷିଣ କେନ୍ଦ୍ରୀୟ କ୍ରାଇମବ୍ରାଞ୍ଚ ଟିମ୍ ଶନିବାର ଦିନ ଗିରଫ କରିଛି ଣକିଶୋରଙ୍କ ପାଖରେ ନିଶା ସାମଗ୍ରୀ ଥିବାର ଅଭିଯୋଗ ଆସିବା ପରେ ପୋଲିସ ତାଙ୍କୁ ଏ ବିଷୟରେ ପଚରାଉଚରା କରୁଛି। ସୂଚନା ଅନୁସାରେ ଡ୍ରଗ୍ସ କେସର ଲିଙ୍କ ମୁମ୍ବାରେ ଥିବା ଜଣାପଡିଛି ।
କିଶୋର ପ୍ରଥମେ ରିୟେଲିଟି ସୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ ରିମୋ ଡିସୁଜାଙ୍କ ସିନେମା ‘ଏବିସିଡି’ରେ ଅଭିନୟ କରିଥିଲେ । କିଶୋରଙ୍କ ନିକଟରୁ ନିଷିଦ୍ଧ ନିଶା ସାମଗ୍ରୀ ଏମଡିଏମଏ ମିଳି ଥିବା ସୂଚନା ମାଙ୍ଗାଲୁରୁ ପୋଲିସ କମିଶନର ବିକାଶ କୁମାର ଦେଇଥିଲେ । ପୋଲିସ କିଶୋରଙ୍କ ବ୍ୟତୀତ ମାଙ୍ଗାଲୁର ନିକଟସ୍ଥ ସୁରତକଳର ଅକିଲ ଓରଫ ନଶିଲାକୁ ମଧ୍ୟ ଗିରଫ କରିଛି।
ସୂଚନା ଅନୁସାରେ ଏମାନେ ମୁମ୍ବାଇରୁ ନିଶାସାମଗ୍ରୀ ଆଣି ମାଙ୍ଗାଲୁରୁରେ ବିକିବା ଲାଗି ଯୋଜନା କରୁଥିଲେ। ପୋଲିସ ସେମାନଙ୍କ ଠାରୁ ନିଶା ସାମଗ୍ରୀ ସମେତ ଗୋଟିଏ ଡିସ୍କଭରି ବାଇକ୍, ୨ଟି ମୋବାଇଲ ଫୋନ ପୋଲିସ ଜବତ କରଇଛି। ପୋଲିସ ଠୋସ ସୂଚନା ଆଧାରରେ ଅକିଲକୁ ସୁରତକଳରୁ ଓ ତା ସୂଚନା ଆଧାରରେ କିଶୋରକୁ ମାଙ୍ଗାଲୁରରୁ ଗିରଫ କରିଥିଲା।
Comments are closed.