ରାଜ୍ୟସଭାରେ କୃଷି ବିଲ୍କୁ ବିଜେଡିର ବିରୋଧ

ଭୁବନେଶ୍ୱର: ଆଜି ରାଜ୍ୟସଭାରେ ଉପସ୍ଥାପିତ କରାଯାଇଛି କୃଷି ବିଲ୍। ଏହି କୃଷି ବିଲ୍କୁ ବିରୋଧ କରିଛି ବିଜେଡି। ରାଜ୍ୟସଭାରେ ବିଲ୍ ସମ୍ପର୍କରେ ହେଉଥିବା ଆଲୋଚନା ଭାଗ ନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ ଏହାକୁ ବିରୋଧ କରିଛନ୍ତି। ବିଲ୍ରେ କ୍ଷୁଦ୍ର ଚାଷୀ ଏବଂ ନାମମାତ୍ର ଚାଷୀଙ୍କ ସୁରକ୍ଷା ବ୍ୟବସ୍ଥା ନାହିଁ। ବିଲ୍କୁ ବିରୋଧ କରିବା ସହ ଏହି ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ସେ ଦାବି କରିଛନ୍ତି।
କୃଷି ବିଲ୍କୁ ନେଇ କୃଷକ ନେତାମାନେ ଭୟଙ୍କର ବିରୋଧ କରୁଛନ୍ତି। ସେମାନେ କହିଛନ୍ତି କି ଏହି ବିଲ୍ କୃଷକ ମାନଙ୍କର ଦୁଃଖ ଦୂର କରିବା ପରିବର୍ତ୍ତେ ସେମାନଙ୍କ ପାଇଁ ଦୁଃଖର କାରଣ ହେବ। କଣ୍ଟାକ୍ଟ ଫାମିଂ ବାବଦରେ ଯଦି କିଛି ଅଭିଯୋଗ ଆସେ ତାହେଲେ ଏହା କେବଳ ଜିଲ୍ଲାପାଳଙ୍କ ମାଧ୍ୟମରେ ସମାଧାନ ହୋଇପାରିବ। ଏହି ବିଲ୍ ବିରୋଧରେ ପ୍ରଥମେ ପଞ୍ଜାବର ଚାଷୀମାନେ ରାସ୍ତାରେ ଆନ୍ଦୋଳନ କରୁଥିବା ବେଳେ ଏବେ ହରିୟାଣା ଓ ମହାରାଷ୍ଟ୍ରର ଚାଷୀ ବି ରାସ୍ତାକୁ ଓହ୍ଲାଇଲେଣି।
Comments are closed.