ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ
![](https://www.odishalink.com/wp-content/uploads/2020/09/premanand.jpg)
ପୁରୀ: ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ ଘଟିଛି। ପୁରୀ ମେଡିକାଲରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ପ୍ରେମାନନ୍ଦ ଦାସମହାପାତ୍ର କରୋନାରେ ପୀଡିତ ହୋଇ ଆଇସୋଲେସନ୍ରେ ଥିଲେ। ଛାତିରେ ଯନ୍ତ୍ରଣା ହେବାରୁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଜି ଭୋର ୪ଟାରେ ତାଙ୍କର ଛାତି ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ପ୍ରେମାନନ୍ଦ ଦାସମହାପାତ୍ର ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଥିଲେ ଏବଂ ସୁଦୁ ସୁଆର ନିଯୋଗର ସମ୍ପାଦକ ମଧ୍ୟ ଥିଲେ।
Comments are closed.