Odisha Link
Bridging the Missing Links in Odisha

ରାଜଧାନୀରୁ ଆଉ ୩୦୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ଆଉ ୩୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏ ପର୍ଯ୍ୟନ୍ତ ରାଜଧାନୀରେ ମୋଟ ୧୮ ହଜାର ୮୯୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୪ ହଜାର ୯୪୨ ଜଣ । ବିଏମସି ସୁଚନା ଅନୁସାରେ ୫୦୬ ଜଣ ସୁସ୍ଥ ହୋଇଛନ୍ତି ।୩୮୭୪ ଜଣ ଆକ୍ଟିଭ୍ ରୋଗୀ ଚିକିତ୍ସାଧୀନ ଥିବା ବେଳେ ୬୮ ଜଣଙ୍କ ମୃତ୍ଯୁ ବରଣ କରିଛନ୍ତି ।

ଚିହ୍ନଟ ହୋଇଥିବା ୩୦୬ ଜଣଙ୍କ ମଧ୍ୟରେ ୧୨୩ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜାଗମରା, ଟଙ୍କପାଣି ରୋଡ୍, ୟୁନିଟ-୮, ପଟିଆ, ସତ୍ୟନଗରରେ ୪ଜଣ ଲେଖାଏଁ ଏବଂ ୪ ଜଣ ପୁଲିସ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି ।

ସ୍ଥାନୀୟ ସଂକ୍ରମିତ ଭାବେ ଚିହ୍ନଟ ହୋଇଥିବା ୧୮୩ ଜଣଙ୍କ ମଧ୍ୟରେ ଲକ୍ଷ୍ମୀସାଗରରୁ ୧୦ଜଣ, ସହିଦନଗରରୁ ୭ଜଣ, ୟୁନିଟ-୯ରୁ ୭ଜଣ, ସିଆରପିଏଫ କ୍ୟାମ୍ପ, ଟଙ୍କପାଣି ରୋଡ ଜୁଡିସିଆଲ କଲୋନି, ରସୁଲଗଡ଼ରୁ ୫ଜଣ ଲେଖାଏଁ, ମଞ୍ଚେଶ୍ୱର,ଖଣ୍ଡଗିରି, ଆଇଆରସି ଭିଲେଜ, ଶୈଳଶ୍ରୀବିହାର, ନିଳାଦ୍ରୀ ବିହାର, ଚକେଇସିଆଣୀରୁ ୪ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

Comments are closed.