୨୫ରେ ବସିବ ସର୍ବଦଳୀୟ ବୈଠକ
ଭୁବନେଶ୍ୱର : ଆସନ୍ତା ୨୫ ତାରିଖରେ ସର୍ବଦଳୀୟ ବୈଠକ ବସିବାକୁ ଯାଉଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ସୂଚନା ଦେଇଛନ୍ତି । ବିଧାନସଭା ପୂର୍ବରୁ ଏହି ବୈଠକ ବସିବା ପାଇଁ ବାଚସ୍ପତି ସୂଚନା ଦେଇଛନ୍ତି । କୋଭିଡ-୧୯ ସମୟରେ ଏହା ହେବ ବିଧାନସଭାର ପ୍ରଥମ ଅଧିବେଶନ ।
କୋଭିଡ୍ ସମୟରେ ବିଧାନସଭାରେ କ’ଣ ଗାଇଡ୍ ଲାଇନ୍ ରହିବ, ପ୍ରଶ୍ନକାଳ, ଉତ୍ତରକାଳ ଓ ଶୂନ୍ୟକାଳ ରହିବ ନା ନାହିଁ ବୈଠକରେ ସେ ନେଇ ଆଲୋଚନା ହେବ । ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ୨୯ ତାରିଖରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସରକାର କହିଛନ୍ତି । ତେଣୁ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ସହ ବିଧାନସଭା ବସିବ ।
ମୋଟ ୯ ଦିନର ଏହି ଅଧିବେଶନରେ ୮ଟି କାର୍ଯ୍ୟ ଦିବସ ରହିବ । ଶନିବାର ଓ ରବିବାର ମଧ୍ୟ ଗୃହ ଚାଲିବ । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ ଗୃହ କାର୍ଯ୍ୟ ବନ୍ଦ ରହିବ । ଚଳିତ ଅଧିବେଶନ ଆରମ୍ଭ ପୂର୍ବରୁ ସମସ୍ତ ବିଧାୟକ ଏବଂ ବିଧାନସଭା କର୍ମଚାରୀମାନଙ୍କର କୋଭିଡ ଟେଷ୍ଟ କରାଯିବ ।
Comments are closed.