କରୋନା : ୩୦ ଜିଲ୍ଲାରୁ ୪ ହଜାର ୨୪୨ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ,୯ ମୃତ୍ୟୁ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନି । ୨୪ ଘଣ୍ଟାରେ ୩୦ ଜିଲାରୁ ୪ ହଜାର ୨୪୨ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୫୦୩ ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୭୩୯ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।
ଏବେ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟାରେ ୧,୮୪,୧୨୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୪୫,୬୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୭,୬୮୪ ଜଣ ଚିକିତ୍ସାଧିୀନ ଅବସ୍ଥାରେ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଅନୁଗୁଳରୁ ୧୩୦, ବାଲେଶ୍ୱରରୁ ୧୫୫, ବରଗଡରୁ ୧୧୪, ଭଦ୍ରକରୁ ୧୧୪, ବଲାଙ୍ଗିରରୁ ୬୮, ବୌଦ୍ଧରୁ ୪୫, କଟକରୁ ୫୯୫, ଦେବଗଡରୁ ୧୦, ଢେଙ୍କାନାଳରୁ ୭୧, ଗଜପତିରୁ ୨୭, ଗଂଜାମରୁ ୫୭, ଜଗତସିଂହପୁରରୁ ୧୭୬, ଯାଜପୁରରୁ ୧୩୧, ଝାରସୁଗୁଡାରୁ ୨୦୫, କଳାହାଣ୍ଡିରୁ ୪୦, କନ୍ଧମାଳରୁ ୧୫୩, କେନ୍ଦ୍ରପଡାରୁ ୧୫୫, କେନ୍ଦୁଝରରୁ ୬୨, କୋରାପୁଟରୁ ୯୦, ମାଲକାନଗିରିରୁ ୬୯, ମୟୂରଭଂଜରୁ ୧୭୧, ନବରଙ୍ଗପୁରରୁ ୫୪, ନୟାଗଡରୁ ୫୩ ନୂଆପଡା, ପୁରୀରୁ ୧୮୨, ରାୟଗଡାରୁ ୧୩୪, ସମ୍ବଲପୁରରୁ ୧୧୩, ସୋନପୁରରୁ ୧୯ ଏବଂ ସମ୍ବଲପୁରରୁ ୨୦୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
୨୪ ଘଣ୍ଟା ମଧ୍ୟରେ ୯ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୧୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
Regret to inform of the demise of nine Covid positive patients while under treatment in hospitals.
1.A 48 year old male of Balasore district.
2.A 30 year old female of Jagatsinghpur district who was also suffering from Myesthenia gravis.
— H & FW Dept Odisha (@HFWOdisha) September 21, 2020
୯ ମୃତକଙ୍କ ମଧ୍ୟରୁ କେନ୍ଦୁଝର ଜିଲ୍ଲାରୁ ୨ ଜଣ, ବାଲେଶ୍ବର, ଜଗତସିଂହପୁର, କନ୍ଧମାଳ, ଖୋର୍ଦ୍ଧା, ନବରଙ୍ଗପୁର ଏବଂ ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
Comments are closed.