ସଂସଦରେ ଉଠିଲା କାଷ୍ଟିଙ୍ଗ୍ କାଉଚ୍ ମାମଲା
ମୁମ୍ବାଇ : ସିନେମା ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ସିନେମା ଜଗତରେ ବର୍ତ୍ତମାନ ଅଭିନେତ୍ରୀ ପାୟଲ ଘୋଷ ଅନୁରାଗ କଶ୍ୟପଙ୍କ ବିରୋଧରେ କରିଥିବା ଯୌନ ଶୋଷଣ ମାମଲାକୁ ନେଇ ମାହୋଲ ଗରମ ରହିଛି ।
ଗୋରଖପୁର ବିଜେପି ସାଂସଦ ରବି କିଷନ ସଂସଦରେ ଏହି ପ୍ରସଙ୍ଗ ଉଠାଇଛନ୍ତି ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଗତକାଲି ରାଜ୍ୟସଭା କାର୍ଯ୍ୟନିର୍ବାହୀ ପାଖାପାଖି ରାତି ଗୋଟାଏ ଯାଏଁ ଚାଲିଥିଲା । ଏହି ପ୍ରସଙ୍ଗ ଉପରେ ଯୁକ୍ତିତର୍କ ହୋଇଥିଲା । ସାଂସଦ ରବି କିଷନ ଏମିତି ଏକ ଆଇନ ଦାବି କରିଥିଲେ ଯାହାଦ୍ୱାରା ମହିଳା ଓ ଯୁବତୀଙ୍କ ଉପରେ ଅନୁଚିତ ଚାପ ପକାଉଥିବା ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇପାରିବ ।
ଏହି ପ୍ରସଙ୍ଗରେ ନିଜ ପକ୍ଷ ରଖି ରବି କିଷାନ କହିଥିଲେ ଯେ, “ଆମ ଦେଶରେ ଝିଅମାନେ ଦେବୀ ଦୁର୍ଗା ଓ ଗୋମାତାଙ୍କ ଭଳି ପୂଜନୀୟ । କିନ୍ତୁ ବଲିଉଡ ସମେତ ଅନେକ କ୍ଷେତ୍ରରେ ଲୋକେ ମହିଳାଙ୍କ ଭାଗ୍ୟ ଚମକାଇଦେବା କହି ତାଙ୍କ ସହ ସଉଦା କରୁଛନ୍ତି ।”
ତେବେ ରବି କିଷନ କାହା ନାଁ ନେଇନଥିଲେ । କିନ୍ତୁ ପାୟଲ ଘୋଷ ଅନୁରାଗ କଶ୍ୟପଙ୍କ ଉପରେ ଲଗାଇଥିବା ଆରୋପ ପରେ ରବି କିଷାନ ଏହିଭଳି ବୟାନ ଦେଇଛନ୍ତି । ଏଥିରୁ ସ୍ପଷ୍ଟ ହୋଇଛି ଯେ ରବି କିଷନ ପରୋକ୍ଷରେ ଅନୁରାଗ କଶ୍ୟପଙ୍କୁ ଇସାରା କରିଛନ୍ତି ।
ଏହା ପୂର୍ବରୁ ଅନୁରାଗ ଓ ପାୟଲଙ୍କ ମାମଲାରେ ରବି କିଷନ କହିଥିଲେ, “ଅନୁରାଗଙ୍କ ବିରୋଧରେ ଗମ୍ଭୀର ଆରୋପ ହୋଇଛି ଏବଂ ପାୟଲ ନିଜେ ସାମ୍ନାକୁ ଆସି ଅଭିଯୋଗ କରିଛନ୍ତି । ଯଦି ଏହି ତଥ୍ୟ ସତ ତାହେଲେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ଆମେ ନାରୀ ସଶକ୍ତିକରଣ କଥା କହୁଚୁ । ଯଦି କୌଣସି ମହିଳା ଗୁହାରି କରୁଛନ୍ତି ତାହେଲେ ଏଥିପାଇଁ ତଦନ୍ତ ପାଇଁ ସମସ୍ତ ଯାଞ୍ଚ ଏଜେନ୍ସି କବାଟ ଖୋଲା ରହେ ।”
Comments are closed.