ବାଲେଶ୍ୱରରେ ବିପଦ ସଙ୍କେତ ଉପରେ ଜଳକା

ଭୁବନେଶ୍ୱର: ଉପରମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବିପଦ ସଙ୍କେତ ଉପରେ ଜଳକା। ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ନେଇ ସ୍ଥାନୀୟ ପ୍ରଶାସନର ଜଣେ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ଜିଲ୍ଲାର ବସ୍ତା ବ୍ଲକ ମଥାନୀରେ ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ରହିଥିବା ବେଳେ ଏବେ ଜଳସ୍ତର ୫.୮୦ ମିଟର ରହିଛି।
ସୂଚନାଯୋଗ୍ୟ,ବାଲେଶ୍ୱର ଜିଲ୍ଲା ଉପରମୁଣ୍ଡରେ ଥିବା ରାସଗୋବିନ୍ଦପୁର, ମୋରଡା,ସୁଳିଆପଦା ଓ ଚିତ୍ରଡା ଅଞ୍ଚଳରେ ସୋମବାର ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିବାରୁ ଜଳକା ନଦୀ ଫୁଲିଛି।
Comments are closed.