୩ ଦିନ ଲାଗି ରହିବ ବର୍ଷା
ଭୁବନେଶ୍ୱର: ଓଡ଼ିଶା ଉପରେ ବେଶୀ ପ୍ରଭାବ ଦେଖାଦେବ ନାହିଁ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିଯିବ । ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର କେତୋଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ କାରଣ ଲଘୁଚାପଟି ଛତିଶଗଡ଼ ଆଡ଼କୁ ମୁହାଁଇଛି ।
କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ସକି୍ରୟ ହୋଇଛନ୍ତି । ମୌସୁମୀ ଟ୍ରଫ ଲାଇନ ଏବେ ଅଜମୈର, ଜବଲପୁର, ଚମ୍ପା ଦେଇ ପୂର୍ବ-ଦକ୍ଷିଣ ପୂର୍ବ ଆଡ଼କୁ ଗତି କରି ଲଘୁଚାପରେ କେନ୍ଦ୍ର ମଧ୍ୟ ଦେଇ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଉପକୂଳ ଓଡ଼ିଶା ଉପରେ ରହିଛି । ଏହା ସମୁଦ୍ର ପତ୍ତନଠାରୁ ୦.୯ କିମି ପର୍ଯ୍ୟନ୍ତ ବ୍ୟାପିଛି । ଯାହାଦ୍ବାରା ରାଜ୍ୟରେ ଏବେ ୨ ରୁ ୩ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ।
Comments are closed.