Odisha Link
Bridging the Missing Links in Odisha

ଏସବିଆଇ: ଋଣ ପରିଶୋଧ ପାଇଁ ମିଳିବ ଦୁଇ ବର୍ଷର ଅତିରିକ୍ତ ସମୟ

ଭୁବନେଶ୍ୱର :କରୋନା କାରଣରୁ ଅନେକ ଲୋକଙ୍କର ବ୍ୟବସାୟ ବନ୍ଦ ହୋଇଯାଇଥିଲା । ଯାହା ଫଳରେ ବ୍ୟାଙ୍କଠାରୁ ଆଣିଥିବା ଋଣ ସୁଝିବା ସମ୍ଭବକର ହେଉ ନାହିଁ ।ତେବେ ଏସବିଆଇ ଗ୍ରାହକମାନଙ୍କ ପାଇଁ ଖୁସି ଖବର ଆଣିଛି ।

ଯେଉଁ ଗ୍ରାହକ ମାନେ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଗୃହ ଋଣ କିମ୍ବା ଅନ୍ୟାନ୍ୟ ଋଣ ନେଇଥିବେ ସେମାନଙ୍କ ଇଏମଆଇ ପରିଶୋଧ ପାଇଁ ଅତିରିକ୍ତ ୨ ବର୍ଷ ସମୟ ପାଇବେ । ଏସବିଆଇ ଉପଭୋକ୍ତା କରୋନା ମହାମାରୀ ଦ୍ୱାରା ରୋଜଗାର ପ୍ରଭାବିତ ହୋଇଥିଲେ ଏହି ରିହାତି ପାଇପାରିବେ ।

ଏଥିପାଇଁ ୨୪ ମାସର ମୋରାଟରିୟମ ଦିଆଯାଇଛି, ଅର୍ଥାତ ରୁଣ ପରିଶୋଧର ସମୟ ସୀମାକୁ ଆଉ ୨ ବର୍ଷ ବୃଦ୍ଧି କରାଯାଇଛି । ତେଣୁ ଆପଣ ନେଇଥିବା ଋଣର ପରିଶୋଧ ଅବଧି ଯାହା ଥିବ, ଏଥିରେ ଆଉ ଦୁଇବର୍ଷ ସମୟ କୋହଳ କରାଯିବ ।

ଏହି ସେବା ନେବା ପାଇଁ ଆପଣଙ୍କୁ ଚାକିରି ହରାଇଥିବା କିମ୍ବା ଦରମା କାଟ୍ ହେଉଥିବା ନେଇ ଯଥେଷ୍ଟ ପ୍ରମାଣ ଋଣ କରିଥିବା ବ୍ୟାଙ୍କ ନିକଟରେ ଦାଖଲ କରିବାକୁ ପଡିବ । ଯଦି ମାର୍ଚ୍ଚ ୧ ପୂର୍ବରୁ ଆପଣ ଋଣ କରିଥିବେ ଏବଂ ୫ ବର୍ଷ ଭିତରେ ଆପଣଙ୍କୁ ଏହି ଋଣ ସୁଝିବାର ଥିବ ତେବେ ଆପଣ ଚାହିଁଲେ ଏହାକୁ ୭ବର୍ଷରେ ଶୁଝି ପାରିବେ ।

ବ୍ୟାଙ୍କ ଆପଣଙ୍କଠାରୁ ବାର୍ଷିକ ୩୫ ବେସିସ ପଏଣ୍ଟ ଅର୍ଥାତ ଶୂନ ଦଶମିକ ୩୫ ପ୍ରତିଶତ ଅତିରିକ୍ତ ସୁଧ ଆଦାୟ କରିବ ।

Comments are closed.