Odisha Link
Bridging the Missing Links in Odisha

ବିରୁପା ନଦୀର ପୋଲରେ ୬ ଦିନ ପାଇଁ କଟକଣା

ଭୁବନେଶ୍ବର : ଭୁବନେଶ୍ବରରୁ କଟକ ଯିବା ବେଳେ ମହାନଦୀର ମଝି ବ୍ରିଜ୍‌ ,କୁଆଖାଇ, କାଠଯୋଡି ଓ ବିରୁପା ନଦୀର ବାମପଟ ବ୍ରିଜ୍‌ ରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ତଦାରଖ ଓ ଅନୁଧ୍ୟାନ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ହୋଇଛି।

ଆଜି ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲୁଥିବାରୁ ବ୍ରିଜ୍‌ ଉପ‌େ‌ର ଯାନବାହନ ଚଳାଚଳ ଉପରେ କଟକଣା କରାଯାଇଛି। ଦିନ ୧୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଉକ୍ତ ବ୍ରିଜ୍‌ ଉପରେ ଯାନବାହନ ଚଳାଚଳ ନକରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ କଟକଣା କରାଯାଇଛି ।  ଓଡ଼ିଶା ସହରାଞ୍ଚଳ ଆଇନ-୨୦୦୩ର ଧାରା ୨୮ ବଳରେ ପୁଲିସ କମିସନର ଏହି କଟକଣା କରିଛନ୍ତି।

କମିସନର ଡ. ସୁଧାଂଶୁ ଷଡଙ୍ଗୀ ଡାଇଭରସନ୍ କରାଯିବ ବୋଲି ଏକ ନିର୍ଦେଶନାମା ଜାରି କରିଛନ୍ତି। ଭୁବନେଶ୍ବରରୁ କଟକ ଯାଉଥିବା ଗାଡ଼ିଗୁଡ଼ିକ ପାଇଁ କୁଆଖାଇର ମଝି ପୋଲ୍‌ରେ ଛଡାଯିବ। ଜନସାଧାରଣ ଏଥିରେ ସହଯୋଗ କରିବାକୁ କୁହାଯାଇଛି।

Comments are closed.