ହୀରାକୁଦ ଡ୍ୟାମ୍ର ୯ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ବୁଧବାର ଆଉ ୪ଟି ଗେଟ୍ ଖୋଲାଯାଇଛି। ଏବେ ହୀରାକୁଦ ଜଳଭଣ୍ଡାରର ୯ଟି ଗେଟ୍ ଦେଇ ବନ୍ୟାଜଳ ଜଳ ନିଷ୍କାସନ ଜାରି ରହିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଡ୍ୟାମ୍ର ବାମପଟର ୬ ଓ ଦକ୍ଷିଣ ପଟର ୩ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ଡ୍ୟାମ୍କୁ ସେକେଣ୍ଡ ପିଛା ୧୭୦୨୫୧ ଘନଫୁଟ ଜଳ ପ୍ରବେଶ କରୁଛି ଏବଂ ପ୍ରତି ସକେଣ୍ଡରେ ୧୦୦୩୬୯ ଘନଫୁଟ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ଥିବାବେଳେ ଏବେ ଏହାର ଜଳସ୍ତର ୬୨୯.୦୮ ଫୁଟ୍ ରହିଛି।
ସୂଚନାଯୋଗ୍ୟ, ଅଗଷ୍ଟ ମାସରେ ହୋଇଥିବା ବନ୍ୟା ପାଇଁ ହୀରାକୁଦ ଡ୍ୟାମ୍ର ୪୬ଟି ଗେଟ୍ ଖୋଲାଯାଇଥିଲା। ପରେ ପର୍ଯ୍ୟାୟ କ୍ରମେ ସମସ୍ତ ଗେଟ୍ ବନ୍ଦ କରାଯାଇଥିଲା।
Comments are closed.