କରୋନା ମୁକାବିଲାରେ ଆଉ ଏକ ମାଇଲଖୁଣ୍ଟ, ସୁସ୍ଥ ହେଲେଣି ଦେଢ ଲକ୍ଷ ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ କରୋନା ପରୀକ୍ଷଣ ବଢିବା ସହ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହି ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର। କିଭଳି ଆକ୍ରାନ୍ତଙ୍କ ଚିକିତ୍ସା ଶୁରୁଖୁରୁରେ ହୋଇପାରିବ ଏବଂ ସୁସ୍ଥତା ହାର ବୃଦ୍ଧି ପାଇବ ସେ ନେଇ ବିଭିନ୍ନ ପଦକ୍ଷେପ ମଧ୍ୟ ନିଆଯାଉଛି। ସଂକ୍ରମଣ ହାର ବଢୁଥିଲେ ମଧ୍ୟ ସୁସ୍ଥ ହାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆରୋଗ୍ୟ ହାର ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରୁଛି।
#Odisha has crossed yet another milestone in the deadly fight against #COVID19 with more than 1.5 lakh recoveries. Salute to all the health workers and #CovidWarriors who are working with utmost dedication and making huge sacrifices to save every precious life.#OdishaCares pic.twitter.com/sdCbPU9PJF
— Naveen Patnaik (@Naveen_Odisha) September 23, 2020
କରୋନା ମହାମାରୀ ମୁକାବିଲାରେ ଆଉ ଏକ ମାଇଲଖୁଣ୍ଟ ସୃଷ୍ଟି ହୋଇଛି। ରାଜ୍ୟରେ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ଦେଢ ଲକ୍ଷ ସଂକ୍ରମିତ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ୍ ଯୋଦ୍ଧାଙ୍କ ଯୋଗୁଁ ଏହା ସଫଳ ହୋଇଛି। ପ୍ରତିଟି ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ସେମାନଙ୍କ ବଳୀଦାନକୁ ସାଲ୍ୟୁଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ।
Comments are closed.